www.samajalive.in
Saturday, December 6, 2025
19.1 C
Bhubaneswar

ଆଗକୁ ବଢିବ ଶୀତ, ରାଜ୍ୟରେ କୋହଲା ପାଗ ସହ ଜାରି ରହିଛି ବର୍ଷା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସହ ଶନିବାର ମଧ୍ୟ ବର୍ଷା ଜାରି ରହିଛି। ଆସନ୍ତା ୬ ରୁ ଶୀତର ପ୍ରକୋପ ବଢିବ ବୋଲି ଜଣାପଡ଼ିଛି। ଏହାସହ ୨୪ ଘଣ୍ଟା ମଧ୍ୟରେ ତାଳଚେରରେ ସର୍ବାଧିକ ୫୮ ମିମି ବର୍ଷା ରେକର୍ଡ଼ କରାଯାଇଛି। ବାଲେଶ୍ୱରରେ ୨୨.୪, କେନ୍ଦୁଝରରେ ୧୪.୮ ମିମି ବର୍ଷା, ରାଜଧାନୀ ଭୁବନେଶ୍ୱରରେ ୧୨.୩ ମିମି ବର୍ଷା ରେକର୍ଡ଼ ହୋଇଛି। ଆଜି ଉପକୂଳ ଓ ଆଭ୍ୟନ୍ତରୀଣ ୯ଟି ଜିଲାରେ ବର୍ଷା ସମ୍ଭାବନା ରହିଛି। ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ବଲାଙ୍ଗୀର, ଅନୁଗୁଳ, କେନ୍ଦୁଝର, ସୋନପୁର, ଢେଙ୍କନାଳ, ବରଗଡ଼ ଜିଲାରେ ବର୍ଷା ସମ୍ଭାବନା ରହିଛି। ଏହାସହ ଏହି ସମସ୍ତ ଜିଲାରେ ଆସନ୍ତା କାଲି ଠାରୁ ୩ ଦିନ ଯାଏଁ ଘନ କୁହୁଡ଼ି ଅନୁଭୂତ ହେବ। କାଲି ଠାରୁ ଆକାଶ ମେଘମୁକ୍ତ ହେବା ସହ ୬ରୁ ପାରଦ ଖସିବ। ଏହାସହ ତାପମାତ୍ରା ୪ ରୁ ୫ ଡ଼ିଗ୍ରୀ ଖସିବ ଓ ଶୀତର ପ୍ରକୋପ ବଢିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories