www.samajalive.in
Saturday, December 6, 2025
15.1 C
Bhubaneswar

ଆଉ ଦୁଇଦିନ ବର୍ଷା

ଭୁବନେଶ୍ବର : ଶୁକ୍ରବାର ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିବ। ଶନିବାର ପର୍ଯ୍ୟନ୍ତ ବର୍ଷା ସହିତ କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ଏହି ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବ। ଗତ ୨୪ ଘଣ୍ଟା ଭିତରେ ଦାରିଙ୍ଗବାଡ଼ିରେ ସର୍ବାଧିକ ୩୪ ମିଲିମିଟର ବର୍ଷା ହୋଇଥିବା ବେଳେ ତାଳଚେରରେ ୨୯ ମିମି, ଅନୁଗୋଳରେ ୨୦ ମିମି, ଭୁବନେଶ୍ବରରେ ୧୩.୨ ମିମି, ସମ୍ବଲପୁରରେ ୧୪ ମିମି, ଟିଟିଲାଗଡ଼ରେ ୯ ମିମି, ସୋନପୁରରେ ୮ ମିମି, ସୁନ୍ଦରଗଡ଼ ଓ ବାଲେଶ୍ବରରେ ୭ ମମି, ବର୍ଷା ହୋଇଛି। ଶୁକ୍ରବାର ବାଲେଶ୍ବର, ଭଦ୍ରକ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଝାରସୁଗୁଡ଼ା, ଅନୁଗୋଳ, ଢ଼େଙ୍କାନାଳ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଜିଲାର କିଛି ସ୍ଥାନରେ ବର୍ଷା ହେବ। ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶନିବାର ଦିନ ଉପକୂଳବର୍ତ୍ତୀ ଜିଲା, କେନ୍ଦୁଝର, ମୟୂରଭଞ୍ଜ,​‌ ଢ଼େଙ୍କାନାଳ, କନ୍ଧମାଳରେ ପବନ ସହିତ ବର୍ଷା ସମ୍ଭାବନା ରହିଛି। ଆଠ ତାରିଖ ଦିନ କିଛି ସ୍ଥାନରେ ସ୍ବଳ୍ପ ବୃଷ୍ଟିପାତର ସମ୍ଭାବନା ରହିଥିବା ବେଳେ ବାକି ସ୍ଥାନରେ ପାଗ ଶୁଖିଲା ରହିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories