୪ଜିଲାକୁ ୩ ଘଣ୍ଟା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ, ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୯୦ କିଲୋମିଟର ବେଗରେ ବହିପାରେ ପବନ
ଭୁବନେଶ୍ବର: ପାଣିପାଗ ବିଭାଗ ପକ୍ଷରୁ ଝଡ଼ବର୍ଷା ନେଇ ୪ ଜିଲାକୁ ୩ ଘଣ୍ଟା ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୯୦ କିଲୋମିଟର ବେଗରେ ପବନ ବହିପାରେ। ପବନ ଯୋଗୁଁ କଚ୍ଚା ନିର୍ମାଣ ଓ କଦଳୀ ଭଳି ଦୁର୍ବଳ ଗଛ ଭାଙ୍ଗି ପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
କାଳବୈଶାଖୀ ପ୍ରଭାବରେ ଘଣ୍ଟା ପ୍ରତି ପବନ ଘଣ୍ଟା ପ୍ରତି ବେଗ ୭୦ ରୁ ୮୦କିମି ତଥା ଝଟକା ପବନ ୯୦ କିମି ସମ୍ଭାବନା ଥିବାରୁ କଦଳୀ ଗଛ, ଅମୃତଭଣ୍ଡା ଗଛ ତଥା ଠିଆ ଫସଲ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି।
କାଳବୈଶାଖୀ ପ୍ରଭାବରେ ଘଣ୍ଟା ପ୍ରତି ପବନ ଘଣ୍ଟା ପ୍ରତି ବେଗ ୭୦ ରୁ ୮୦କିମି ତଥା ଝଟକା ପବନ ୯୦ କିମି ସମ୍ଭାବନା ଥିବାରୁ ନିମ୍ନରେ ଚିତ୍ରିତ ଅଞ୍ଚଳରେ କଦଳୀ ଗଛ, ଅମୃତଭଣ୍ଡା ଗଛ ତଥା ଠିଆ ଫସଲ ପ୍ରଭାବିତ ହେବାର ସମ୍ଭାବନା, pic.twitter.com/eUHacff4vU
— Meteorological Centre, Bhubaneswar (@mcbbsr) May 30, 2023
Comments are closed.