www.samajalive.in
Saturday, December 6, 2025
15.1 C
Bhubaneswar

ଟ୍ରମ୍ପ ଓ ପୁଟିନ ଆଲୋଚନା ସକରାତ୍ମକ; ଯୁଦ୍ଧ ବନ୍ଦ ନେଇ ବାହାରିନି ନିଷ୍କର୍ସ

ସମାଜ ଡିଜିଟାଲ ଡେସ୍କ: ଆଲାସ୍କାରେ ଅନୁଷ୍ଠିତ ଶିଖର ସମ୍ମିନଳୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତକାର ସମୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ସକରାତ୍ମକ ହୋଇଥିବା ଦୁଇ ନେତା ପ୍ରକାଶ କରିଛନ୍ତି । ଏହି ବୈଠକ ପରେ ଉଭୟ ନେତା ଏକ ମିଳିତ ବିବୃତ୍ତି ଜାରି କରିଛନ୍ତି । ଏଥିରେ ପୁଟିନ କହିଛନ୍ତି ଯେ ୟୁକ୍ରେନ ସହିତ ଯୁଦ୍ଧର କାରଣଗୁଡିକୁ ଦୂର କରିବା ଆବଶ୍ୟକ । ରୁଷ ଏହାର ସାର୍ବଭୌମତ୍ୱ ପ୍ରତି ପ୍ରତିବଦ୍ଧ । ଟ୍ରମ୍ପ କହିଛନ୍ତି ଯେ ରୁଷ ସହିତ ଆମର ଭଲ ସମ୍ପର୍କ ରହିଛି, କିନ୍ତୁ ଅନେକ ପ୍ରସଙ୍ଗରେ ସହମତି ହୋଇପାରିନାହିଁ । ନାଟୋ ଏବଂ ୟୁକ୍ରେନ୍‍ ସହିତ ଫୋନ୍‍ ଯୋଗେ ଆଲୋଚନା କରାଯିବ ବୋଲି ଟ୍ରମ୍ପ କହିଛନ୍ତି ।
ପୁଟିନ୍‍ ଟ୍ରମ୍ପଙ୍କ ସହିତ ହୋଇଥିବା ଏକ ଚୁକ୍ତିନାମା ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ଏହା ୟୁକ୍ରେନରେ ଶାନ୍ତି ଆଣିପାରୀବ, ଯଦିଓ ସେ କୌଣସି ବିବରଣୀ ଦେଇନାହାଁନ୍ତି । ଶିଖର ସମ୍ମିନଳୀ ପରେ ଟ୍ରମ୍ପଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ପୁଟିନ୍‍ କହିଛନ୍ତି ଯେ ଆମେ ଆଶା କରୁଛୁ ଯେ ଆମ ମଧ୍ୟରେ ହୋଇଥିବା ଚୁକ୍ତିନାମା ୟୁକ୍ରେନରେ ଶାନ୍ତି ପାଇଁ ପଥ ପ୍ରଶସ୍ତ କରିବ । ଦୁଇ ଦେଶର ନେତା ପ୍ରାୟ ତିନି ଘଣ୍ଟା ଧରି ଯୁଦ୍ଧ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ବୈଠକ ପରେ ପୁଟିନ୍‍ କହିଥିଲେ ଯେ ବିଶ୍ୱରେ ଶାନ୍ତି ରହିବା ଉଚିତ୍‍ । ୟୁକ୍ରେନ୍‍ ତାହାର ପରିସ୍ଥିତି ପାଇଁ ନିଜେ ଦାୟୀ ।

ତେବେ ବୈଠକରୁ ଜଣାପଡିଛି ଯେ ଯୁଦ୍ଧ ବନ୍ଦ ପାଇଁ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ । ଏହି ଆଲୋଚନା ବେଶ ଫଳପ୍ରଦ ହୋଇଥିବା ଉଭୟ ନେତା କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories