www.samajalive.in
Sunday, December 14, 2025
26.1 C
Bhubaneswar

ଲଣ୍ଡନରେ ହକି ବିଶ୍ୱକପ୍‍ର ପ୍ରଚାର

କଟକ : ଚଳିତମାସ ୨୮ରୁ ଭୁବନେଶ୍ୱରରେ ଆରମ୍ଭ ହେଉଥିବା ପୁରୁଷ ହକି ବିଶ୍ୱକପ୍‍କୁ ସାରାବିଶ୍ୱରେ ପହଞ୍ଚାଇବା ଲାଗି ଅଣ୍ଟା ଭିଡ଼ିଛନ୍ତି ଓଡ଼ିଶା ସରକାର ଓ ଓଡ଼ିଶା ପର୍ଯ୍ୟଟନ ବିଭାଗ। ଓଡ଼ିଶା ହକି ବିଶ୍ୱକପ୍‍ର ଅଂଶୀଦାର ଆୟୋଜକ ହୋଇଥିବା ଓଡ଼ିଶା ପର୍ଯ୍ୟଟନ ଲଣ୍ଡନ୍‍ର ପ୍ରସିଦ୍ଧ ୱର୍ଲଡ ଟ୍ରାଭେଲ ମାର୍କେଟ୍‍ରେ ଏକ ପ୍ରଦର୍ଶନୀ ଆୟୋଜନ କରିଛି। ବିଶ୍ୱକପ୍‍ ସମୟରେ ଭୁବନେଶ୍ୱରକୁ ଆସିବା ଲାଗି ସାରାବିଶ୍ୱର ପର୍ଯ୍ୟଟକଙ୍କୁ ଆମନ୍ତ୍ରଣ କରିବା ଏହି ପ୍ରଦର୍ଶନୀର ମୁଖ୍ୟ ଲକ୍ଷ୍ୟ ଥିଲା। ନଭେମ୍ବର ୫ରୁ ୭ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଆୟୋଜନ ହୋଇଥିଲା। ଏହି ସମୟରେ ଓଡ଼ିଶା ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ଲଣ୍ଡନ ଗସ୍ତ କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ପର୍ଯ୍ୟଟନ ବିଭାଗର ନିର୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, ସହକାରୀ ନିର୍ଦେଶକ ବିଶ୍ୱଜିତ ରାଉତରାୟ ଓ ପର୍ଯ୍ୟଟନ ଅଧିକାରୀ ଆର୍‍.କେ. ପଟ୍ଟନାୟକ। ବିଭିନ୍ନ ଦେଶର ପ୍ରତିନିଧିଙ୍କ ସହ ଏମାନେ ଆଲୋଚନା କରିଥିଲେ ଏବଂ ବିଶ୍ୱକପ୍‍ ସମୟରେ ଓଡ଼ିଶା ଆସିବା ପାଇଁ ସେମାନଙ୍କୁ ନିମନ୍ତ୍ରଣ କରିଥିଲେ। ଏହି ପ୍ରଦର୍ଶନୀରେ କୋଣାର୍କର ସୂର୍ଯ୍ୟମନ୍ଦିର, ରାଜ୍ୟର ଅନ୍ୟ ପ୍ରସିଦ୍ଧ ମନ୍ଦିର, ଓଡ଼ିଶୀ ନୃତ୍ୟ, ଧଉଳିଗିରି ପ୍ରଭୃତି ସ୍ଥାନ ପାଇଥିଲା। ତେବେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆ ଯାଇଥିଲା ହକି ବିଶ୍ୱକପ୍‍କୁ। ଏହି ବିଶ୍ୱକପ୍‍ର ସ୍ଲୋଗାନ୍‍ ‘ଓଡ଼ିଶା ବାଇ ମର୍ଣ୍ଣିଂ, ହକି ବାଇ ଇଭିନିଂ’ ପ୍ରମୁଖ ଭାବେ ପ୍ରଦର୍ଶିତ ହୋଇଥିଲା। ସୂଚନାଯୋଗ୍ୟ; ଲଣ୍ଡନ ସହରର ବିଭିନ୍ନ ବସ୍‍ରେ ମଧ୍ୟ ହକି ବିଶ୍ୱକପ୍‍ର ପ୍ରଚାର କରାଯାଉଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories