www.samajalive.in
Saturday, December 6, 2025
26.1 C
Bhubaneswar

କୋହଲିଙ୍କ ମନ୍ତବ୍ୟକୁ ନେଇ ବିବାଦ

ନୂଆଦିଲ୍ଲୀ : ଜଣେ ପ୍ରଶଂସକଙ୍କ ମତ ଉପରେ ମନ୍ତବ୍ୟ ଦେଇ ବେଶ୍‍ ବିବାଦୀୟ ହୋଇପଡ଼ିଛନ୍ତି ଭାରତୀୟ କ୍ରିକେଟ୍‍ ଦଳର ଅଧିନାୟକ ବିରାଟ କୋହଲି। ଗତ ୫ତାରିଖରେ ୩୦ ବର୍ଷରେ ପାଦ ଦେଇଥିବା କୋହଲି ନିଜସ୍ୱ ମୋବାଇଲ୍‍ ଆପ୍‍ ବ୍ୟବସ୍ଥା ଆରମ୍ଭ କରିଥିଲେ। ଏହା ମାଧ୍ୟମରେ ବହୁ କ୍ରିକେଟ୍‍ପ୍ରେମୀ ନାନା ମତମନ୍ତବ୍ୟ ପ୍ରଦାନ କରିଥିଲେ। ଜଣେ ପ୍ରଶଂସକ ମତ ଦେଇ କହିଥିଲେ କୋହଲିଙ୍କୁ ବ୍ୟାଟସମ୍ୟାନ୍‍ ଭାବେ ଅଯଥାରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି। ତାଙ୍କ ବ୍ୟାଟିଂରେ ସେପରି କୌଣସି ସ୍ୱତନ୍ତ୍ରତା ନାହିଁ। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବ୍ୟାଟସମ୍ୟାନ୍‍ଙ୍କ ଶୈଳୀ କୋହଲିଙ୍କ ଠାରୁ ଉଚ୍ଚକୋଟିର। ପ୍ରଶଂସକଙ୍କ ଏପରି ମନ୍ତବ୍ୟକୁ ନେଇ କୋହଲି ବେଶ୍‍ ଉତ୍‍କ୍ଷିପ୍ତ ହୋଇପଡ଼ିବା ସହ ସଂପୃକ୍ତ ପ୍ରଶଂସକଜଣକ ତୁରନ୍ତ ଭାରତ ଛାଡ଼ି ଚାଲିଯିବା ଉଚିତ୍‍ ବୋଲି କହିଥିଲେ। ଭାରତରେ ରହି ଅନ୍ୟ ଦେଶର କ୍ରିକେଟର୍‍ଙ୍କୁ ପ୍ରଶଂସା କରିବା ଅନୁଚିତ୍‍ ଏବଂ ଏପରି କରୁଥିବା ବ୍ୟକ୍ତି ଭାରତ ଛାଡ଼ି ଚାଲିଯିବା ଉଚିତ୍‍ ବୋଲି କୋହଲି ମତ ଦେଇଥିଲେ।
କୋହଲିଙ୍କ ଏପରି ମନ୍ତବ୍ୟକୁ ସହଜରେ ହଜମ କରି ପାରିନାହାନ୍ତି ଅନ୍ୟ କ୍ରିକେଟ୍‍ପ୍ରେମୀ। ଜଣେ କ୍ରିକେଟ୍‍ପ୍ରେମୀ କେଉଁ ଦେଶର କ୍ରିକେଟର୍‍ଙ୍କୁ ଭଲ ପାଇବ ତାହା ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ନିର୍ଭର କରେ ଏବଂ କୋହଲି ଏଥିନେଇ କାହାରିକୁ ଦେଶ ଛାଡ଼ି ଚାଲିଯିବାକୁ କହିବା ଆଦୌ ସମୀଚିନ ନୁହେଁ ବୋଲି କ୍ରିକେଟ୍‍ପ୍ରେମୀମାନେ ଦର୍ଶାଇଛନ୍ତି। କୋହଲି ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିବା ଉଚିତ୍‍ ଏବଂ ଅଯଥାରେ ବିବାଦୀୟ ମନ୍ତବ୍ୟ ଦେବାରୁ କ୍ଷାନ୍ତ ରହିବାକୁ କ୍ରିକେଟପ୍ରେମୀମାନେ ପରାମର୍ଶ ଦେଇଛନ୍ତି। କୋହଲିଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ପ୍ରଖ୍ୟାତ ଭାଷ୍ୟକାର ହର୍ଷ ଭୋଗ୍‍ଲେ। ସାମାଜିକ ଗଣମାଧ୍ୟମରେ ଟ୍ୱିଟ୍‍ କରି ହର୍ଷ ଲେଖିଛନ୍ତି କୋହଲିଙ୍କ ପରି ଖ୍ୟାତନାମା ବ୍ୟକ୍ତି ପ୍ରଶଂସକଙ୍କ ମନ୍ତବ୍ୟକୁ ନେଇ ଅଯଥା ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ସବୁ ବ୍ୟକ୍ତିଙ୍କ ମତ ଦେବାର ସ୍ୱାଧିନତା ରହିଛି ଏବଂ କୋହଲି ଏହାକୁ ଗ୍ରହଣ କରିବା ଉଚିତ୍‍। ଅଯଥା ବିବାଦରୁ ଦୂରେଇ ରହିବାକୁ କୋହଲିଙ୍କୁ ପରାମର୍ଶ ଦେଇଛନ୍ତି ହର୍ଷ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories