www.samajalive.in
Monday, December 15, 2025
26.1 C
Bhubaneswar

୧୯୭୮ରୁ ସିନ୍ଥେଟିକ୍‍ ଟର୍ଫରେ ବିଶ୍ୱକପ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଆଉ ୧୨ ଦିନ ପରେ ପୁରୁଷ ହକି ବିଶ୍ୱକପ ଖେଳାଯିବ। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଉକ୍ତ ପ୍ରତିଯୋଗିତା ଲାଗି କଳିଙ୍ଗର ହକି କମ୍ପେ୍ଲକ୍ସ ପ୍ରସ୍ତୁତ। ଘାସପଡ଼ିଆରୁ ଆରମ୍ଭ ହୋଇଥିବା ହକି ବିଶ୍ୱକପ୍‍ ଏବେ ସିନ୍ଥେଟିକ୍‍ ଟର୍ଫରେ ପହଞ୍ଚିଛି। ପ୍ରଥମ ୩ଟି ବିଶ୍ୱକପ ସଂସ୍କରଣ ପରେ ୧୯୭୮ରୁ ସିନ୍ଥେଟିକ୍‍ ଟର୍ଫର ବ୍ୟବହାର ହୋଇଆସୁଛି। ସିନ୍ଥେଟିକ୍‍ ଟର୍ଫ ଓ ହକି ବିଶ୍ୱକପକୁ ନେଇ ଏହି ଉପସ୍ଥାପନା।


୧୯୭୧ରେ ଘାସପଡ଼ିଆରୁ ଆରମ୍ଭ ହୋଇଥିଲା ପ୍ରଥମ ପୁରୁଷ ହକି ବିଶ୍ୱକପ। ୧୯୭୩ରେ ୨ୟ ସଂସ୍କରଣ ଓ ୧୯୭୫ରେ ୩ୟ ସଂସ୍କରଣ ଘାସ ପଡ଼ିଆରେ ବିଶ୍ୱକପ ହକି ପ୍ରତିଯୋଗିତା ଖେଳା ଯାଇଥିଲା। ଅନ୍ତର୍ଜାତୀୟ ହକି ମହାସଂଘ ୧୯୭୫ରେ ସମସ୍ତ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତାକୁ ସିନ୍ଥେଟିକ୍‍ ଟର୍ଫରେ ଆୟୋଜନ ନେଇ ନିୟମ ପ୍ରଣୟନ କରିଥିଲା। ଉକ୍ତ ବର୍ଷଠାରୁ ବିଶ୍ୱକପ ସମେତ ସମସ୍ତ ଅନ୍ତର୍ଜାତୀୟ ମ୍ୟାଚ ସିନ୍ଥେଟିକ୍‍ ଟର୍ଫରେ ଖେଳାଯାଉଛି। ୧୯୭୮ରେ ଆର୍ଜେଣ୍ଟିନା ରାଜଧାନୀ ବ୍ୟୁନସ୍‍ ଏରିଜ୍‍ରେ ପ୍ରଥମଥର ପାଇଁ ସିନ୍ଥେଟିକ୍‍ ଟର୍ଫରେ ଖେଳା ଯାଇଥିଲା ହକି ବିଶ୍ୱକପର ୪ର୍ଥ ସଂସ୍କରଣ। ଏଥିରେ ପାକିସ୍ତାନ ଚମ୍ପିଆନ ହୋଇଥିବା ବେଳେ ଭାରତ ୬ଷ୍ଠ ସ୍ଥାନ ହାସଲ କରିଥିଲା। ଏଥିମଧ୍ୟରେ ସିନ୍ଥେଟିକ୍‍ ଟର୍ଫରେ ୧୦ଟି ବିଶ୍ୱକପ ପ୍ରତିଯୋଗିତା ଖେଳାଯାଇଛି। ସିନ୍ଥେଟିକ୍‍ ଟର୍ଫରେ ଅଷ୍ଟ୍ରେଲିଆ ସର୍ବାଧିକ ୩ ଥର ବିଶ୍ୱବିଜୟୀ ହୋଇଥିବା ବେଳେ ପାକିସ୍ତାନ, ନେଦରଲାଣ୍ଡ୍‍ସ ଓ ଜର୍ମାନୀ ଦୁଇଥର ଲେଖାଏଁ ଚମ୍ପିଆନ ହୋଇଛନ୍ତି। ଭାରତ ଏକମାତ୍ର ବିଶ୍ୱକପ ଘାସପଡ଼ିଆରେ ୧୯୭୫ରେ ବିଜୟୀ ହୋଇଥବା ବେଳେ ଅଦ୍ୟାବଧି ସିନ୍ଥେଟିକ୍‍ ଟର୍ଫରେ ଟ୍ରଫି ହାସଲ କରିବାରେ ବିଫଳ ହୋଇଛି। ସିନ୍ଥେଟିକ୍‍ ଟର୍ଫରେ ହକି ଅଧିକ ଲୋକପ୍ରିୟ ହେବା ପରେ ଆଉ ଘାସପଡ଼ିଆକୁ ହକି ଫେରିବ ନାହିଁ ।
୧୯୮୨ରୁ ଭାରତରେ
୧୯୮୨ରେ ନୂଆଦିଲ୍ଲୀରେ ଆୟୋଜିତ ଏସୀୟ କ୍ରୀଡ଼ାରେ ପ୍ରଥମ ଥର ପାଇଁ ଭାରତରେ ସିନ୍ଥେଟିକ୍‍ ଟର୍ଫର ବ୍ୟବହାର କରାଯାଇଥିଲା। ମେଜର ଧ୍ୟାନଚାନ୍ଦ ଅନ୍ତର୍ଜାତୀୟ ହକି ଷ୍ଟାଡ଼ିୟମରେ ପ୍ରଥମ ଥର ପାଇଁ ସିନ୍ଥେଟିକ୍‍ ଟର୍ଫ ବିଛାଯାଇଥିଲା। ହକି ପ୍ରତିଯୋଗିତା ସାଧାରଣତଃ ଧଳା କିମ୍ବା ହଳଦିଆ ବଲ୍‍ରେ ଖେଳା ଯାଉଥିବାରୁ ସବୁଜ ଓ ନୀଳ ଟର୍ଫ ହିଁ ବ୍ୟବହାର କରା ଯାଇଥାଏ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories