www.samajalive.in
Saturday, December 6, 2025
23.1 C
Bhubaneswar

ଝୋଟ୍‍ ମିଲ୍‍ ଖୋଲିବାକୁ ପଶ୍ଚିମବଙ୍ଗ ସରକାରଙ୍କ ଅନୁମତି

ସମାଜ ପୋର୍ଟାଲ୍‍ ଡେସ୍କ: କେନ୍ଦ୍ର ସରକାରଙ୍କ ଅନୁରୋଧ ପରେ ଲକ୍‍ଡାଉନ୍‍ ସମୟରେ ବୁଧବାର ପଶ୍ଚିମ ବଙ୍ଗ ସରକାର ଝୋଟ ଶିଳ୍ପ ଖୋଲିବା ପାଇଁ ଅନୁମତି ଦେଇଛନ୍ତି। ଏଥିରେ ମାତ୍ର ୧୫ପ୍ରତିଶତ ମାନବ ସମ୍ବଳ ନିୟମିତ କାର୍ୟ୍ୟ କରିବା ଲାଗି କୁହାଯାଇଛି। ଇଣ୍ଡଷ୍ଟ୍ରି କ୍ୟାପଟେନ କହିଛନ୍ତି ଯେ ମାତ୍ର ୧୫ ପ୍ରତିଶତ କର୍ମଚାରୀରେ ମିଲ୍‍ ଖୋଲିବାକୁ ଅନେକ ଅନିଚ୍ଛା ପ୍ରକାଶ କରିଛନ୍ତି। ଏହାଦ୍ୱାରା ମିଲ୍‍କୁ ବୃହତ୍ତର କ୍ଷତି ସହିବାକୁ ପଡ଼ିବ। ତେଣୁ ମିଲ୍‍କୁ ବନ୍ଦ ରଖିବା ପାଇଁ ସେମାନେ ନିବେଦ କରିଛନ୍ତି। ଏହାସହିତ କମ୍‍ ସଂଖ୍ୟକ କର୍ମଚାରୀ କେଉଁ ଯୋଗ୍ୟତା ଓ ଅଭିଜ୍ଞତା ଆଧାରରେ ମନୋନୟନ କରାଯିବା ତାହା କୁହାଯାଇନାହିଁ। ଫଳରେ ଏହା କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧିବ ଓ ଆଇନ ଶୃୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ।

ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ କହିଛନ୍ତି ଯେ ମୁଁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହିତ ଟେଲିଫୋନରେ କଥାବାର୍ତ୍ତା କରିଛି। ଏହା ସହିତ ମହାରାଷ୍ଟ୍ର, ତେଲେଙ୍ଗାନା ମଧ୍ୟ ମିଲ୍‍ ଚାଲୁ ରଖିବାକୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ଝୋଟ ଅମଳ ଋତୁ ଆରମ୍ଭ ହେବାକୁ ଯାଉଛି। ଯଦି ଏବେ ମିଲ୍‍ଗୁଡ଼ିକ କାର୍ୟ୍ୟକ୍ଷମ କରାନଯାଏ, ତାହେଲେ ଝୋଟର ଜାଗା ପ୍ଲାଷ୍ଟିକ୍‍ ନେଇପାରେ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories