www.samajalive.in
Saturday, December 13, 2025
27.1 C
Bhubaneswar

ରକ୍ତ ନୁହେଁ, ଶାନ୍ତି ଚାହୁଁ : ମମତା

ପୁରୀ : ନାଗରିକତା ସଂଶୋଧନ ଆଇନକୁ ନେଇ ପୁଣିଥରେ ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦିଲ୍ଲୀରେ ହିଂସାକାଣ୍ଡକୁ ନେଇ ଯୋଗୁଁ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ରକ୍ତନୁହେଁ, ଶାନ୍ତି ଚାହୁଁ ବୋଲି ସେ ବୁଧବାର ପୁରୀରେ କହିଛନ୍ତି। ୪ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମମତା ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ଦାରୁବ୍ରହ୍ମଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି।

ଶ୍ରୀଜୀଉଙ୍କ ଦର୍ଶନ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଣମାଧ୍ୟମକୁ କହିଲେ ଭାରତ ଏକ ଶାନ୍ତିପୂର୍ଣ୍ଣ ଦେଶ। ଅହିଂସା ଏହାର ମୂଳ ପରିଚୟ। ଭାରତର ସବୁ ଭାଇଭଉଣୀଙ୍କ ସୁଖ ଶାନ୍ତିପାଇଁ ମୁଁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିଛି। ଶ୍ରୀଜଗନ୍ନାଥଙ୍କର ମୁଁ ଜଣେ ଭକ୍ତ। ମୋ ଘରେ ଶ୍ରୀଜଗନ୍ନାଥ ପୂଜା ପାଉଛନ୍ତି ବୋଲି ସେ କହିଛନ୍ତି। ଦେଶର ପ୍ରତ୍ୟେକ ନାଗରିକ ଶାନ୍ତିରେ ରହିବା ଉଚିତ ବୋଲି ମମତା ବାନାର୍ଜୀ କହିଛନ୍ତି। ଦିଲ୍ଲୀରେ ଶାନ୍ତି ଫେରାଇ ଅଣାଯିବାକୁ ସେ ନିବେଦନ କରିଛନ୍ତି। ଅପରାହ୍ଣରେ କଡା ସୁରକ୍ଷା ବ୍ୟବସ୍ଥା ସହ ସେ ଶ୍ରୀମନ୍ଦିରକୁ ଯାଇଥିଲେ। ଭିତରକାଠ ପାଖରେ ଛିଡାହୋଇ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ବିମଳା ଏବଂ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ। ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କଠାରୁ ଆଶୀର୍ବାଦ ନେଇଥିଲେ। ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନ କାର୍ୟ୍ୟକାରୀ କରିବେକି ପ୍ରଶ୍ନର ଉତ୍ତର ଦେଇ ‘ଆମେ ରକ୍ତନୁହେଁ, ଶାନ୍ତି ଚାହୁଁ’ ବୋଲି ମମତା କହିଛନ୍ତି। ଶ୍ରୀମନ୍ଦିର ନୀଳଚକ୍ରରେ ତାଙ୍କ ପ୍ରଦତ୍ତ ବାନା ବୁଧବାର ବନ୍ଧାଯାଇଛି। ମମତାଙ୍କ ସହ ତାଙ୍କ ପୁତୁରା ଓ ପୁତୁରା ବୋହୂ ଶ୍ରୀମନ୍ଦିରକୁ ଯାଇଥିଲେ। ଶ୍ରୀମନ୍ଦିର ପ୍ରଶାସକ (ନୀତି) ଜୀତେନ୍ଦ୍ର କୁମାର ସାହୁ ଏବଂ ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନା ଉପସ୍ଥିତ ଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାର ସମ୍ମୁଖରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଉପସ୍ଥିତ ଥିଲେ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories