www.samajalive.in
Thursday, December 11, 2025
18.1 C
Bhubaneswar

ଟ୍ରକ ଭିତରେ ଗାଡି ଚାଳକଙ୍କୁ ହତ୍ୟା,ହେଲପର ଫେରାର

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଏକ ପେଟ୍ରେଲ ପମ୍ପ ନିକଟରେ ପାର୍କିଙ୍ଗ କରିଥିବା ଏକ ଟ୍ରକ ଚାଳକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ ମଙ୍ଗଳବାର ସଂଧ୍ୟା ସମୟରେ ରାଉଲକେଲାରୁ ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା କାରଖାନା ମଧ୍ୟରେ ଥିବା ଏଲଆଣ୍ଡଟି କମ୍ପାନିଙ୍କୁ ମାଲ ନେଇ ଆସୁଥିବା ସମୟରେ ଗାଡିଟି ପାର୍କିଂ କରି ଅଟକି ରହିଥିଲା। ବୁଧବାର ସକାଳେ ମାଲ ବୋଝେଇ ଟ୍ରକଟି ଦିର୍ଘ ସମୟ ଧରି ପେଟ୍ରୋଲ ପମ୍ପରେ ଅଟକି ରହିଥିବାରୁ ସ୍ଥାନୀୟ ଲୋକେ ଗାଡି ନିକଟକୁ ଯାଇ ଡ୍ରାଇଭରଙ୍କୁ ଡାକି କବାଟ ବାଡେଇଥିଲେ। ଗାଡିଚାଳକ କବାଟ ଖୋଲିନଥିବାରୁ ଗାଡି ଭିତରକୁ ଯାଇ ଦେଖିବା ବେଳେ ଗାଡି ମଧ୍ୟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗାଡି ଚାଳକ ପଡି ରହିଥିଲେ, ଏବଂ ଗାଡି ନିକଟରେ ରକ୍ତ ପଡିଥିବା ଦେଖି ଟିକିରି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଟିକିରି ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ସାଇଣ୍ଟିଫିକ ଟିମ ଓ ଡଗ୍ ସ୍କ୍ବାଡ ଡକାଇ ଘଟଣାର ତଦନ୍ତ ଚଲାଇଛି।

Samajalive.in

ତେବେ ଟ୍ରକ ମଧ୍ୟରେ ଧାରୁଆ ଛୁରି ସାହାଯ୍ୟରେ ଗାଡି ଚାଳକଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି। ପୁଲିସ ଟ୍ରକ ମଧ୍ୟରୁ ଛୁରି ଟି ଜବତ କରିଛି।ସେହିପରି ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରୁଛି। ମାଲବାହି ଟ୍ରକରେ ହତ୍ୟା କରାଯାଇଥିବା ଗାଡିଚାଳକଙ୍କ ପରିଚୟ ମିଳିଛି। ସେ ଆସିକା ଅଞ୍ଚଳର ସୁରେନ୍ଦ୍ରନାଥ ପାତ୍ର ବୋଲି ଜଣା ପଡିଛି। ତେବେ ଟ୍ରକରେ ଆଉ ଜଣେ ବ୍ୟକ୍ତି ହେଲପର ଭାବେ ଆସିଥିବା ସୂଚନା ମିଳିଛି। ଗାଡିର ହେଲପର ଫେରାର ଥିବାରୁ ସେ ହତ୍ୟା କରି ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି। ତେବେ ଏନେଇ ମୃତକଙ୍କ ପରିବାର ଲୋକଙ୍କୁ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ପରିବାର ଲୋକେ ଆସି ମୃତ ଦେହ ଚିହ୍ନଟ କରିବା ପରେ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories