www.samajalive.in
Saturday, December 6, 2025
16.1 C
Bhubaneswar

ପାନୀୟ ଜଳ ଯୋଗାଣ ଠପ୍, ଲୋକେ ହନ୍ତସନ୍ତ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତର ଗୁଳୁଦିପଶି ଗ୍ରାମରେ ୧୫ ଦିନ ହେବ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଯାଇଛି। ବସୁଧା ଯୋଜନାରେ ବଡ଼ ପାଣି ଟାଙ୍କି ହୋଇଛି କିନ୍ତୁ ଘରକୁ ପାଣି ଆସିବା ବନ୍ଦ ହେବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିଲାଗି ସେମାନେ ପ୍ରଥମ ଦିନରୁ ପାଣି ବ୍ୟବସ୍ଥା କରିବାକୁ ଆବେଦନ କଲେ ମଧ୍ୟ ପଞ୍ଚାୟତରେ କେହି ଶୁଣିବାକୁ ନାହିଁ। ବହୁତ ଦିନ ହେବ ଓଭର ହେଡ଼ ପାଣି ଟାଙ୍କି ତିଆରି ସରିଥିଲେ ମଧ୍ୟ ପାନୀୟ ଜଳ ଯୋଗାଣ ହୋଇନଥିଲା। ତେବେ ପାଣି ଯୋଗାଣ ହେବା ପରେ ପୁଣି ବନ୍ଦ ହେବାରୁ ଲୋକଙ୍କ ଭିତରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ପାଖରେ ଆଉ ପିଇବା ପାଣି ବ୍ୟବସ୍ଥା ନଥିବାରୁ ଏହି ପାଣି ଟାଙ୍କି ହିଁ ଏକମାତ୍ର ସାହା ଭରସା। ବୈଷୟିକ ତୃଟିକୁ ସଜାଡି ସ୍ବାଭାବିକ କରି ଜଳ ଯୋଗାଣ ତୁରନ୍ତ ପ୍ରଦାନ କରିବାକୁ ଗ୍ରାମବାସୀ ମିଳିତ ଭାବେ ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।

ରିଲ୍ସ ନିଶାରେ ଝିଅଟି କଲା ଏମିତି କାମ, ଯନ୍ତ୍ରଣାରେ ହେଲା ଛଟପଟ: ଭିଡିଓ ଭାଇରାଲ

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories