ରାମନାଗୁଡା : ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ବାଙ୍ଗି ଛକ ଠାରୁ ବାଙ୍ଗି ଗ୍ରାମ ପର୍ୟ୍ୟନ୍ତ ବିବାଦୀୟ ରାସ୍ତାର ଜନ ଶୁଣାଣି କରିବା ପାଇଁ ଗୁଣୁପୁର ଉପଜିଲ୍ଲାପାଳ ଜେ. ସୋନାଲ କୁମାର ଗସ୍ତ କରିଛନ୍ତି । ଉପଜିଲ୍ଲାପାଳ ସେହି ସ୍ଥାନରୁ ଫେରିବା ସମୟରେ ବାଙ୍ଗି ଛକ ନିକଟରେ ଦେଉଳା ଗ୍ରାମ ର ଲୋକମାନେ ଗ୍ରାମର ହେଉଥିବା ଜଳକଷ୍ଟ ନେଇ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ଦେଇଛନ୍ତି । ଏହା ସହ ପ୍ରଶାସନଙ୍କ ପାଖରେ ଏହି ବିଷୟ ନେଇ ବାରମ୍ବାର ଜଣାଇଥିଲେ ମଧ୍ୟ ଏ ପର୍ୟ୍ୟନ୍ତ ତାଙ୍କ ଗାଁ ର ଜଳ ସମସ୍ୟା ର ସମାଧାନ ହୋଇ ପାରିନାହିଁ ବୋଲି କହିଥିଲେ। ଏହା ବ୍ୟତୀତ ବାଙ୍ଗି ଛକ ନିକଟରେ ବାସ କରୁଥିବା ସାହି ରେ ବିଦ୍ୟୁତ ଖୁଣ୍ଟ ଦୀର୍ଘ ଦିନ ଧରି ପୋତା ଯାଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ବିଦ୍ୟୁତ ଚାର୍ଜ କରାଯାଇ ପାରିନାହିଁ ବୋଲି ବାଙ୍ଗି ଛକ ବାସିନ୍ଦା ଗୁଣୁପୁର ଉପଜିଲ୍ଲାପାଳ ଜେ. ସୋନାଲ ଙ୍କୁ ଅଭିଯୋଗ ପତ୍ର ଦେଇ ଏହାର ତୁରନ୍ତ ପଦକ୍ଷେପ ଗ୍ରହଣ କରି ସମାଧାନ କରିବା ନିମନ୍ତେ ଦାବି କରିଥିଲେ। ଏହି ଦାବି ପତ୍ର ପ୍ରଦାନ ସମୟରେ ରାୟଗଡା ଜିଲ୍ଲା ଯୁବ ବିଜେଡି ଉପ ସଭାପତି ଅମିତ କୁମାର ମହାରଣା,ବିଜେଡି କର୍ମୀ ମୁକୁନ୍ଦ ପାଣି, ହେମନ୍ତ ପାଲାକାଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।
Popular Categories



