www.samajalive.in
Saturday, December 6, 2025
26.1 C
Bhubaneswar

ଦୀର୍ଘ ୧ ମାସ ହେଲା ପାଣି ପାଇ ପାରୁନାହାନ୍ତି ଅରବିନ୍ଦ ନଗରବାସୀ, ପ୍ରଶାସନର ଅଣଦେଖା

ବୁଗୁଡ଼ା : ବୁଗୁଡ଼ା ଏନଏସି ଅନ୍ତର୍ଗତ ଅରବିନ୍ଦ ନଗର ପ୍ରଥମ ଓ ଦ୍ବିତୀୟ ଲେନର ବାସିନ୍ଦା ଆଜକୁ ଦୀର୍ଘ ଏକ ମାସ ହେଲା ପାଇପ୍ ଯୋଗେ ପାନୀୟ ଜଳ ପାଇନପାରି ହନ୍ତସନ୍ତ ହେଉଥିବା ବେଳେ ଜନସ୍ୱାସ୍ଥ୍ୟ ଓ ଏନ୍ଏସି ପ୍ରଶାସନ ଏହାକୁ ଅଣଦେଖା କରୁଥିବା ଯୋଗୁଁ ଲୋକମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ଏନ୍ଏସିର ଏହି ଦୁଇଟି ଲେନରେ ଶତାଧିକ ପରିବାର ବସବାସ କରୁଛନ୍ତି । ଏହି ଦୁଇ ଲେନରେ ଥିବା ଏକ ମାତ୍ର ନଳକୂପରୁ କଳଙ୍କି ଜଳ ବାହାରୁ ଥିବାରୁ ତାହା ପାନୀୟ ଉପଯୋଗୀ ହୋଇପାରୁନାହିଁ । ପାନୀୟ ଜଳ ପାଇଁ କେତେକ ବାଧ୍ୟ ହୋଇ ଦୂରଦୂରାନ୍ତରୁ ପାଣି ଆଣୁଥିବା ବେଳେ ଆଉ କେତେକ ପାଣି କିଣି ଖର୍ଚ୍ଚାନ୍ତ ହେଉଛନ୍ତି । ବୁଗୁଡା ଏନ୍ଏସିର ଆଉ କେତେକ ସାହିରେ ଅଯଥାରେ ପାଣି ଭାସି ନଷ୍ଟ ହେଉଥିବା ବେଳେ ଅରବିନ୍ଦ ନଗରରେ ଲୋକେ ପାଣି ନପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ସମାଧାନ ପାଇଁ ପ୍ରଶାସନକୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ । ତୁରନ୍ତ ଏହି ସମସ୍ୟାର ପ୍ରତିକାର କରାନଗଲେ ଆଗାମୀ ଦିନରେ ସାହି ବାସିନ୍ଦା ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଦାୟିତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ପଣ୍ଡାଙ୍କୁ ପଚାରିବାରେ ଯଥାଶୀଘ୍ର ଟ୍ୟାଙ୍କର୍ ଯୋଗେ ଜଳ ଯୋଗାଣର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories