www.samajalive.in
Saturday, December 6, 2025
16.1 C
Bhubaneswar

ଲଘୁଚାପ ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ ; ଅଠରନଳା ପୋଲ ଉପରେ ୩ ଫୁଟର ଜଳ ପ୍ରବାହିତ, ୫ ପଞ୍ଚାୟତବାସୀ ବିଚ୍ଛି

ମୋହନା: ଦୁଇ ଦିନ ଧରି କ୍ରମାଗତ ଲଘୁଚାପ ଜନିତ ବର୍ଷାରେ ମୋହନା ବ୍ଳକରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଦୁଇଦିନ ଧରି ଲଗାଣ ବର୍ଷାରେ ଲୋକମାନେ ଘରୁ ପଦାକୁ ବାହାରୁ ନ ଥିବାବେଳେ ମୋହନା ସହରର କିଛି ଦୋକାନ ଖୋଲା ଯାଇଥିବା ବେଳେ ବହୁ ଦୋକାନ ବଜାର ବନ୍ଦ ରହିଥିଲା । ମୋହନାରେ ରହିଥିବା ଦୁଇଟି ନଦୀର ଜଳ ପତନ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଅଠରନଳା ପୋଲ ଉପରେ ୩ ଫୁଟ ଉଚ୍ଚତାର ବର୍ଷା ଜଳ ପ୍ରବାହିତ ହେଉଥିବା ବେଳେ ୫ଟି ପଞ୍ଚାୟତବାସୀ ଅନ୍ତରବା, ଚୁଡଙ୍ଗପୁର , କେଶରୀଗୁଡା, ବାଘମାରୀ, ବଡ଼ ସିଦ୍ଧବା ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛନ୍ତି । ସେମାନଙ୍କର ମୋହନା ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସହିତ ସମସ୍ତ କାର୍ଯ୍ୟ ଠପ୍ ହୋଇଯାଇଛି । ନୂତନ ପୋଲ ନିର୍ମାଣ କାର୍ଯ୍ୟ ସରିଯାଇଛି ହେଲେ ତାହା କାର୍ଯ୍ୟକ୍ଷମ ହୋଇନାହିଁ। ସେହିପରି ହରଭଙ୍ଗି ନଦୀ ଉପରେ ୧୦ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଥିବା ଯୋଗୁଁ ଅପର ପାର୍ଶ୍ଵରେ ରହିଥିବା ବ।ଢେଇପୁର, ଧନୁ ପଙ୍କ, ଗୁଡ୍ରିଗୁଡ଼ା ଆଦି ଗ୍ରାମର ଶହ ଶହ ଲୋକ ଯୋଗାଯୋଗରୁ ବିଛିନ୍ନ ହୋଇ ଜରୁରୀ ସେବାରୁ ବଂଚିତ ହୋଉଥିବା ଅଭିଯୋଗ କରିଛନ୍ତି । ଜିଲ୍ଲା ଓ ବ୍ଳକ୍ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇ ବାଘମାରୀ ଗ୍ରାମପାଞ୍ଚାୟତ ଅନ୍ତର୍ଗତ  ବିଜିପୁର ଗ୍ରାମର ୫୦ ଜଣଙ୍କୁ ଓ ମୋହନା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗେରେ ଗେଡ଼ି ଗ୍ରାମର ୧୦ ପରିବାରର କଚ୍ଛା ଘର ଗୁଡ଼ିକ ଲଗାଣ ବର୍ଷାରେ ଭାଙ୍ଗି ଯାଇଥିବାରୁ ସେମାନଙ୍କୁ ସ୍ଥାନାନ୍ତର କରାଯାଇ ସ୍ଥାନୀୟ ବିଦ୍ୟାଳୟରେ ରଖାଯାଇଥିବା ଜିପିଇଓ ନରସିଂହ ମାଣ୍ଡାଙ୍ଗି କହିଛନ୍ତି। ନଦୀର ଜଳସ୍ତର କ୍ରମଶଃ ବଢୁଥିବା ବେଳେ ପବନର ବେଗ ମଧ୍ୟ ବଢିବାରେ ଲାଗିଛି । ଚାନ୍ଦିପୁଟ – ଚନ୍ଦ୍ରଗିରି ରାସ୍ତା ଉପରେ ପାଣିର ସୁଅ ଛୁଟିବାରେ ଲାଗିଛି । ବିଜିପୁର ରୁ ବାହାଡ଼ ପଦା ଯିବାରାସ୍ତାର ପୋଲ ଉପରେ ପାଣି ପ୍ରବାହିତ ହେଉଥିବା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ କହିଛନ୍ତି। ମୋହନା ବ୍ଳକ୍‌ର ପାହାଡ଼ିଆ ତଳି ଅଂଚଳର ଲୋକମାନଙ୍କୁ ସ୍କୁଲ ଘରେ ରଖି ଖାଇବା ପିଇବା ଓ ଔଷଧପତ୍ରର ସମସ୍ତ ବ୍ୟବସ୍ଥା କରାଯାଇଥିବା ବିଡ଼ିଓ ବଂଶୀଧର ଖୋସ୍ଲା କହିଛନ୍ତି। ଦୁଇଦିନ ଧରି ଲଗାଣ ବର୍ଷାରେ ମକା ଫସଲର ବ୍ୟାପକ କ୍ଷତି ହୋଇଥିବା ଯୋଗୁଁ ମକାଚୀଷୀମାନେ ହତାଶ ହୋଇ ପଡ଼ିଥିବା ଜଣାପଡିଛି । ଗଜପତି ଜିଲ୍ଲାର ମୋହନା ବ୍ଳକରେ ସର୍ବାଧିକ ୨୦୩ ମିଲିମିଟର ବର୍ଷା ହୋଇଥିବା ବ୍ଳକ୍ କାର୍ଯ୍ୟାଳୟରୁ ଜଣାପଡିଛି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories