www.samajalive.in
Saturday, December 6, 2025
26.1 C
Bhubaneswar

ସୀମା ବିବାଦ ମଧ୍ୟରେ ଚୀନର ମନ୍ତବ୍ୟ: ଅବୈଧ ଭାବରେ ଲାଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ କରିଛି ଭାରତ

ବାସ୍ତବିକ ନିୟନ୍ତ୍ରଣ ରେଖା( LAC)ରେ   ଭାରତ ଏବଂ ଚୀନ୍ ମଧ୍ୟରେ ଗତ କିଛି ମାସ ଧରି ଲାଗି ରହିଛି ବିବାଦ । ଏହାକୁ ନେଇ ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି । ଉଭୟ ଦେଶର ସେନା ପ୍ରାଣବଳୀ ଦେଇଛନ୍ତି । ଏହି କ୍ରମରେ ମାମଲାକୁ ଶାନ୍ତ କରିବା ଓ ସୀମାରେ ଶାନ୍ତି ବଜୟାର ରଖିବା ପାଇଁ  ଭାରତ ଏବଂ ଚୀନ୍ ମଧ୍ୟରେ କମାଣ୍ଡରସ୍ତରର ସପ୍ତମ ବୈଠକ ଅନୁଷ୍ଠିତ ହୋଇଛି । ଏହି ସମୟରେ ଭାରତକୁ ଉସୁକେଇବା ପରି ମନ୍ତବ୍ୟ ଦେଇଛି ଚୀନ । ଲାଦାଖ ଓ ଅନ୍ୟାନ୍ୟ ସୀମା କ୍ଷେତ୍ରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ୪୪ଟି ନୂଆ ସେତୁ ଉଦ୍ଘାଟନ କରିବାରେ ବିମର୍ଷ ହୋଇ ଚୀନ ଏପରି ମନ୍ତବ୍ୟ ଦେଇଥିବା କୁହାଯାଉଛି । ଭାରତ ଦ୍ବାରା ବେଆଇନ ଭାବରେ ଲାଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ପରିଣତ କରାଯାଇଛି ଓ ଏହାକୁ ଚୀନ ସ୍ବୀକୃତି ଦେଉନାହିଁ ବୋଲି ଚୀନ ବୈଦେଶିକ ମନ୍ତ୍ରଣାଳୟ ମନ୍ତବ୍ୟ ଦେଇଛି ।
ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ୍ କହିଛନ୍ତି ଯେ ଚୀନ୍ ଏହି ଅଞ୍ଚଳରେ ଭିତ୍ତିଭୂମି ନିର୍ମାଣକୁ ବିରୋଧ କରୁଛି। ଭାରତ ଏପରି ପଦକ୍ଷେପ ନେବା ଉଚିତ୍ ନୁହେଁ ଯାହା ସୀମାରେ ଉତ୍ତେଜନା ସୃଷ୍ଟି କରିବ । | ଚୀନ୍ ମୁଖପାତ୍ର କହିଛନ୍ତି ଚୀନ୍ ଲଦାଖ ଏବଂ ଅରୁଣାଚଳ ପ୍ରଦେଶକୁ ଭାରତ ପକ୍ଷରୁ କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ଦିଆଯାଇଥିବା ମାନ୍ୟତାକୁ ଚୀନ ସ୍ବୀକାର କରେନାହିଁ ।   ସୀମାରେ ଉତ୍ତେଜନା ମଧ୍ୟରେ ଭାରତ ନୂତନ ନିର୍ମାଣ କାର୍ଯ୍ୟ ଚଳାଇଥିବା ଚିନ୍ତାର ବିଷୟ । ବାସ୍ତବିକ ନିୟନ୍ତ୍ରଣ ରେଖା (LAC) ନିକଟରେ ଥିବା ସେନା ଉପରେ ନଜର ରଖିବା ଏବଂ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଭାରତ ପକ୍ଷରୁ କୌଣସି ନିର୍ମାଣକୁ ଚୀନ ବିରୋଧ କରୁଛି ।

ଅନ୍ୟପକ୍ଷରେ ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ବିଆରଓ ( BRO) ଦ୍ବାରା ନିର୍ମିତ ଏହି ସେତୁଗୁଡ଼ିକ ରେକର୍ଡ଼ ସମୟରେ ନିର୍ମାଣ କରାଯାଇଛି। ଏହି ସମସ୍ତ ସେତୁଗୁଡ଼ିକ ଟି -90 ପରି ଭାରି ସାମରିକ ଟ୍ୟାଙ୍କର ଭାର ବହନ କରିବାକୁ ସକ୍ଷମ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories