www.samajalive.in
Saturday, December 6, 2025
23.1 C
Bhubaneswar

ରାଜ୍ୟରେ ଆଜି ସୁସ୍ଥ ହେଲେ ୨୭୯୬ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ ଆଜି ୨୭୯୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୨ ଜଣ, କଟକ ୧୭୯, ଯାଜପୁର ୧୪୮, ଅନୁଗୁଳ ୧୩୫ ଓ ପୁରୀରୁ ୧୨୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାର ୯୮୮କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ଦିଆଯାଇଥିବା ସୂଚନା ଅନୁଯାୟୀ ଆଜି ଖୋର୍ଦ୍ଧା ଜିଲାରୁ ୫୮୨, କଟକ ଜିଲ୍ଲାରୁ ଆଜି ୧୭୯ ଜଣ, ଯାଜପୁର ଜିଲ୍ଲାରୁ ୧୪୮ ଜଣ, ଅନୁଗୁଳ ଜିଲ୍ଲାରୁ ୧୩୫ ଜଣ, ପୁରୀ ଜିଲ୍ଲାରୁ ୧୨୭ ଜଣ, ନବରଂଗପୁର ଜିଲ୍ଲାରୁ ୧୨୦ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୦୭ ଜଣ, ସମ୍ବଲପୁର ଜିଲ୍ଲାରୁ ୧୦୬ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦୨ ଜଣ, ବରଗଡ଼, ନୂଆପଡ଼ା ଜିଲ୍ଲାରୁ ୯୭ ଜଣ ଲେଖାଏଁ, ମୟୂରଭଂଜ ଜିଲ୍ଲାରୁ ୯୬ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୬ ଜଣ ଓ ବାଲେଶ୍ୱର ଜିଲ୍ଲାରୁ ୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସେହିପରି ସୁବର୍ଣ୍ଣପୁର ଜିଲ୍ଲାରୁ ୭୧ ଜଣ, ଜଗତସିଂହପୁର ଜିଲ୍ଲାରୁ ୫୨ ଜଣ, କନ୍ଧମାଳ ଜିଲ୍ଲାରୁ ୫୦ ଜଣ, କୋରାପୁଟ ଜିଲ୍ଲାରୁ ୪୭ ଜଣ, ଭଦ୍ରକ ଜିଲ୍ଲାରୁ ୪୨ ଜଣ, କେନ୍ଦୁଝର, ମାଲକାନଗିରି ଜିଲ୍ଲାରୁ ୪୧ ଜଣ ଲେଖାଏଁ, ନୟାଗଡ଼ ଜିଲ୍ଲାରୁ ୩୭ ଜଣ, ଗଂଜାମ ଜିଲ୍ଲାରୁ ୩୪ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୩ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୧ ଜଣ, ଦେବଗଡ଼, ଗଜପତି ଜିଲ୍ଲାରୁ ୧୭ ଜଣ ଲେଖାଏଁ, ବୌଦ୍ଧ ଜିଲ୍ଲାରୁ ୬ ଜଣ, ରାୟଗଡ଼ା ଜିଲ୍ଲାରୁ ୪ ଜଣ ଓ ରାଜ୍ୟପୁଲରୁ ୧୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories