www.samajalive.in
Saturday, December 6, 2025
14.1 C
Bhubaneswar

ଆବଶ୍ୟକତା ଠାରୁ ଅଧିକ ପାଣି ପିଇବା ଶରୀର ପାଇଁ କ୍ଷତିକାରକ

ଅଧିକ ପାଣି ପିଇବା ଶରୀର ପାଇଁ ଭଲ ବୋଲି ସମସ୍ତେ କୁହନ୍ତି । ଦିନକୁ ୭ରୁ ୮ ଗିଲାସ ବା ୩ ଲିଟର ପାଣି ପିଇବା ଉଚିତ୍ ବୋଲି ଡାକ୍ତର ମତ ଦିଅନ୍ତି। ଯଦି ଆପଣ ଦିନକୁ ୧୨ ଗିଲାସରୁ ୧୫ ଗିଲାସ ପାଣି ପିଅନ୍ତି ତେବେ ଏହା ଶରୀର ପାଇଁ କ୍ଷତିକାରକ ହୋଇପାରେ । ତେବେ ଆସନ୍ତୁ ଜାଣିବା ଅଧିକ ପାଣି ପିଇବା ଦ୍ବାରା ଶରୀର ଉପରେ ଏହାର କ’ଣ ପ୍ରଭାବ ପଡେ ।

୧. ଅଧିକ ପାଣି ପିଇବା ଦ୍ବାରା ଏହାର ପ୍ରଭାବ ସିଧା ସଳଖ ହୃଦପିଣ୍ଡ ଉପରେ ପଡେ। ଅଧିକ ପାଣି ରକ୍ତର ଘନତ୍ଵକୁ ବଢାଇ ଦେଇଥାଏ ଫଳରେ ହୃଦଘାତ ଜନିତ ରୋଗ ହେବାର ଆଶଙ୍କା ଯଥେଷ୍ଟ ରହିଥାଏ।

- Advertisement -

୨. ଅତ୍ୟଧିକ ପାଣି ପିଇଲେ କିଡିନ୍(ବୃକକ୍) ଉପରେ ଖରାପ ପ୍ରଭାବ ପକାଇ ଥାଏ।

୩. ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡେ।

୪. ଅତ୍ୟଧିକ ମାତ୍ରାରେ ପାଣି ପିଇଲେ ଶରୀରର ପୋଟାସିୟମ ମାତ୍ରା କମ୍ ହୋଇପାରେ। ଫଳରେ ଛାତି ଓ ପାଦରେ କଷ୍ଟ ଅନୁଭବ ହୋଇଥାଏ।

୫. ପାଣିରେ ଅଧିକ ମାତ୍ରାରେ ଆଇରନ ରହିଥାଏ। ଏଣୁ ଅଧିକ ପାଣି ପିଇବା ଦ୍ବାରା ଯକୃତରେ ସମସ୍ୟା ଦେଖା ଦେଇଥାଏ।

୬. ପାଣିକୁ ବିଶୁଦ୍ଧ କରିବା ପାଇଁ କ୍ଳୋରିନ ବ୍ୟବହାର କରାଯାଏ। ତେଣୁ ଅତ୍ୟଧିକ ପାଣି ପିଇବା ଦ୍ବାରା ଶରୀର ମଧ୍ୟରେ କ୍ଳୋରିନ ମାତ୍ରା ବଢି ଯାଇଥାଏ। ଫଳରେ ଏହା ଶରୀରର ଯେକୌଣସି ଅଙ୍ଗକୁ କ୍ଷତି ପହଞ୍ଚାଇଥାଏ।

ପାଣି ପିଇବା ଶରୀର ପାଇଁ ହିତକାରକ ହୋଇଥାଏ। କିନ୍ତୁ ଆବଶ୍ୟକତା ଠାରୁ ଅଧିକ ପାଣି ପିଅନ୍ତୁ ନାହିଁ। ବିଶେଷଜ୍ଞଙ୍କ ମତାନୁସାରେ ଖାଦ୍ୟ ଖାଇବାର ଅଧଘଣ୍ଟା ପରେ ପାଣି ପିଇବା ସ୍ବସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories