ବାଲେଶ୍ବର: ମହଙ୍ଗା ପଡିଲା ୱାର୍ଡ ମେମ୍ବର ମାନଙ୍କ ଭତ୍ତା ଟଙ୍କା ହଡପ । ଭତ୍ତା ଟଙ୍କା ହଡପ ଅଭିଯୋଗରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଅଟକ ରଖିଛନ୍ତି ୱାର୍ଡ ମେମ୍ବର। ସାରା ରାତି ତାଲା ବନ୍ଦ ହୋଇ ରହିଲେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାଗବତ ବିଶ୍ୱାଳ । ଖବର ଅନୁସାରେ ମଥାନି ପଞ୍ଚାୟତର ୱାର୍ଡ ମେମ୍ବରମାନେ ଦୀର୍ଘ ୭ ମାସର ଭତ୍ତା ଟଙ୍କା ନପାଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଚାରିଥିଲେ । ପିଇଓ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏହାକୁ ନେଇ ୱାର୍ଡ ମେମ୍ବର ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାଗବତ ବିଶ୍ୱାଳ ଚଞ୍ଚକତା କରି ଟଙ୍କା ହଡପ କରିଥିବା ଅଭିଯୋଗ କରି ତୁରନ୍ତ ଭତ୍ତା ଟଙ୍କା ପ୍ରଦାନ କରିବା ଦାବିରେ ୱାର୍ଡ ମେମ୍ବରମାନେ ମଙ୍ଗଳବାରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାଗବତ ବିଶ୍ୱାଳଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ମାରି ଅଟକ ରଖିଥିବା ଜଣାପଡିଛି ।
Popular Categories



