www.samajalive.in
Monday, December 15, 2025
27.1 C
Bhubaneswar

ଚୀନ ସହ ଯୁଦ୍ଧ ଏଡ଼ାଯାଇ ନପାରେ : ରାୱତ

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଲଦାଖ ବିବାଦର ଅବସାନ ପାଇଁ ଅଷ୍ଟମ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ଆଲୋଚନା ଅବ୍ୟାହତ ଥିବାବେଳେ ଭାରତର ଚିଫ୍ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ୍) ଜେନେରାଲ ବିପିନ ରାୱତ ଶୁକ୍ରବାର କହିଛନ୍ତି ଯେ ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ଅବସ୍ଥା ଏବେ ମଧ୍ୟ ଉତ୍ତେଜନାପୂର୍ଣ୍ଣ ରହିଛି; ତେବେ ଏଠାରେ ଭାରତୀୟ ସୈନ୍ୟବାହିନୀର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଚୀନର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) ଅପ୍ରତ୍ୟାଶିତ ପରିଣାମର ସମ୍ମୁଖୀନ ହୋଇଛି। ଭାରତ କୌଣସି ପରିସ୍ଥିତିରେ ଏଲଏସିରେ କିଛି ବି ପରିବର୍ତ୍ତନକୁ ସ୍ବୀକାର କରିବ ନାହିଁ। ଏହି କାରଣରୁ ଚୀନ ସହ ଯୁଦ୍ଧକୁ ଏଡ଼ାଇ ଦିଆଯାଇ ନ ପାରେ।

ଏଥିପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ସୀମାରେ ସୁଡଙ୍ଗ ତିଆରି ସହ ଯୁଦ୍ଧ ପ୍ରସ୍ତୁତି ଜାରି ରହିଛି; ତେଣୁ ଏକ ବଡ଼ ସଂଘର୍ଷକୁ ଏଡାଇ ଦିଆଯାଇ ନ ପାରେ। ‘ନ୍ୟାସ୍‌ନାଲ୍‌ ଡିଫେନ୍‌ସ୍‌ କଲେଜ୍‌’ର ହୀରକ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାୱତ କହିଛନ୍ତି ଯେ ସୀମାନ୍ତ ଆଇନର ଉଲ୍ଲଙ୍ଘନ, ସୀମାନ୍ତରେ ଅଯଥା ସଂଘର୍ଷ ଓ ଷଡ଼ଯନ୍ତ୍ର ସମୟକ୍ରମେ ବଡ଼ ବିବାଦ ପାଲଟିଯାଇଛି। ଚୀନ୍‌ ଓ ପାକିସ୍ତାନ ମିଳିତ ଏଭଳି ଷଡ଼ଯନ୍ତ୍ର ଚଳାଇଛନ୍ତି। ସାମଗ୍ରିକ ନିରାପତ୍ତା ଆକଳନ ଅନୁସା‌ରେ ବିବାଦକୁ ହ୍ରାସ କରାଯାଇ ପାରିବ ନାହିଁ। ଭାରତର ଆଭିମୁଖ୍ୟ ଓ ଆଚରଣ ଅତ୍ୟନ୍ତ ସ୍ପଷ୍ଟ। ଜାମ୍ମୁ-କାଶ୍ମୀରରେ ପାକିସ୍ତାନ କ୍ରମାଗତ ଚ୍ଛାୟା ଯୁଦ୍ଧ ଜାରି ରଖିଛି। ପାକିସ୍ତାନ ସଶସ୍ତ୍ର ଇସଲାମ ବିଦ୍ରୋହ ଏବଂ ଆତଙ୍କବାଦର ପେଣ୍ଠରେ ପରିଣତ ହୋଇଛି। ଭାରତରେ ସାମାଜିକ ବିଭେଦ ସୃଷ୍ଟି କରିବା ପାଇଁ ଏହି ରାଷ୍ଟ୍ର ସାମ୍ପ୍ରଦାୟିକତାର ମିଥ୍ୟା ପ୍ରଚାର ଚଳାଇଛି। ଏଥିପ୍ରତି ସମସ୍ତେ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories