www.samajalive.in
Tuesday, December 9, 2025
16.1 C
Bhubaneswar

୭ ରାଜ୍ୟରେ ବାଣଫୁଟା ନିଷିଦ୍ଧ

ନୂଆଦିଲ୍ଲୀ  : ଓଡ଼ିଶା ଓ ରାଜସ୍ଥାନ ପରେ ଦିଲ୍ଲୀ ସମେତ ଗୋଟିଏ ପରେ ଗୋଟିଏ ରାଜ୍ୟ ଦୀପାବଳିରେ ଆତସବାଜି ବିକ୍ରି ଓ ଫୁଟାଇବାକୁ ନିଷିଦ୍ଧ କରିଚାଲିଛନ୍ତି। କରୋନା ସଂକ୍ରମଣ ଓ ପ୍ରଦୂଷଣ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ଗୁରୁବାର ଦିଲ୍ଲୀ ସରକାର ରାଜ୍ୟରେ ବାଣ ବିକ୍ରି ଓ ଫୁଟାଇବା ଉପରେ ନିଷେଧାଦେଶ ଜାରି କରିଥିଲେ। ଏହାର ୨୪ଘଣ୍ଟା ପରେ କର୍ଣ୍ଣାଟକ ସରକାର ସମାନ ପଦକ୍ଷେପ ଗ୍ରହଣ କରିଛନ୍ତି। ଶୁକ୍ରବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପା କହିଛନ୍ତି ଯେ କାଳୀ ପୂଜା ଓ ଦୀପାବଳି ଅବସରରେ ବାଣ ଫୁଟାଇବାକୁ ରାଜ୍ୟବାସୀଙ୍କୁ ବାରଣ କରାଯାଇଛି। ଏହାର ବ୍ୟତିକ୍ରମ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନଭେମ୍ବର ୭ରୁ ୩୦ ପର୍ଯ୍ୟନ୍ତ ରାଜ୍ୟରେ ବାଣ ଫୁଟା ନିଷିଦ୍ଧ ଘୋଷଣା କରିଥିଲେ। ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ସମ୍ପ୍ରତି ଅତି ନିମ୍ନମାନର ଥିବାବେଳେ ଶୀତ ଋତୁରେ ଏହା ଆହୁରି ଅଧିକ ପ୍ରଦୂଷିତ ହେବାର ଆଶଙ୍କା ରହିଛି। ଏତଦ୍‌ ବ୍ୟତୀତ ତୃତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆରମ୍ଭ ହୋଇଛି। ଏହାର ମୁକାବିଲା ପାଇଁ ଆତସବାଜି ବନ୍ଦ ଅପରିହାର୍ଯ୍ୟ। ଗୁରୁବାର କଲକାତା ହାଇକୋର୍ଟଙ୍କ ନିର୍ଦେଶକ୍ରମେ ରାଜ୍ୟରେ ଆତସବାଜିକୁ ନିଷେଧ କରାଯାଇଛି। କାଳୀ ପୂଜା, ଛଟ୍‌ ପୂଜା ଓ କାର୍ତ୍ତିକ ପୂଜା ଅବସରରେ କେହି ବାଣ ଫୁଟାଇପାରିବେ ନାହିଁ ବୋଲି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ସରକାର ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହାଇକୋର୍ଟ କହିଛନ୍ତି। ସେହିଭଳି ଉତ୍ତର-ପୂର୍ବ ରାଜ୍ୟ ସିକିମ୍‌ରେ ବୁଧବାର ସମାନ ନିଷେଧାଦେଶ ଜାରି କରାଯାଇଛି। ଗୁରୁବାର ମହାରାଷ୍ଟ୍ର ସରକାର ଉପରୋକ୍ତ ରାଜ୍ୟମାନଙ୍କ ପଦାଙ୍କ ଅନୁସରଣ କରିଛନ୍ତି। ସର୍ବପ୍ରଥମ ରାଜ୍ୟ ଭାବେ ରାଜସ୍ଥାନ ଓ ଓଡ଼ିଶା ସରକାର ମଙ୍ଗଳବାର ଏଭଳି ନିଷେଧାଦେଶ ଜାରି କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories