ଦୁର୍ନୀତି ବିରୋଧୀ ସଚେତନତା ୱାକାଥନ
ସମ୍ବଲପୁର: ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳରେ ସତର୍କତା ସପ୍ତାହ ୨୦୨୩ ଅବସରରେ ଦୁର୍ନୀତି ବିରୋଧରେ ଜନତାଙ୍କୁ ସଚେତନ କରିବା ନିମନ୍ତେ ବୁଧବାର ୱାକାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ୱାକାଥନରେ ଅଖଣ୍ଡତାର ବାର୍ତ୍ତା ବିସ୍ତାର କରି ଆମ ଦୁନିଆର ପ୍ରତ୍ୟେକ କୋଣରୁ ଦୁର୍ନୀତି ଦୂର କରିବା ଦ୍ୱାରା ଏକ ଉତ୍ତମ ବିଶ୍ୱ ଗଠନର ମୂଳ ମନ୍ତ୍ର ବୋଲି ଜନତାଙ୍କୁ ସଚେତନ କରାଯାଇଛି। ମଣ୍ଡଳ ରେଳ ପ୍ରବନ୍ଧକ ବିନୀତ ସିଂଙ୍କ ନେତୃତ୍ୱରେ ରେଳ ଷ୍ଟାଡିୟମରୁ ରେଳ ନଗରର ଗେଟ୍ ପର୍ଯ୍ୟନ୍ତ ଆୟୋଜିତ ୱାକାଥନରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଆନନ୍ଦ ସିଂ, ରେଳ ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇଥିଲେ। ସତର୍କତା ସପ୍ତାହ-୨୦୨୩ ସମ୍ବଲପୁର ରେଳ ମଣ୍ଡଳରେ ଅକ୍ଟୋବର ୩୦ରୁ ୫ ନଭେମ୍ବର ପର୍ଯ୍ୟନ୍ତ ଆୟୋଜିତ କରାଯାଇ ଏଥିରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି।
Comments are closed.