www.samajalive.in
Thursday, December 11, 2025
18.1 C
Bhubaneswar

ସାବତ ମା’ ମାଡରେ ଆହତ ଝିଅ କଟକ ସ୍ଥାନାନ୍ତରିତ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ରାଧାଗୋବିନ୍ଦପୁର ପଞ୍ଚାୟତ ଅଧିନ ଷୋଳଘରିଆ ଗ୍ରାମରେ ଗତ ୩୦ତାରିଖରେ ସାବତ ମା’ ମାଡରେ ଗୁରୁତର ଆହତ ହୋଇଥିବା ପୁଅ ଓ ଝିଅଙ୍କ ମଧ୍ୟରୁ ଝିଅର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାକୁ ଅଧିକ ପରୀକ୍ଷା ଓ ଚିକିତ୍ସା ପାଇଁ ବୁଧବାର କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ବାଙ୍କୀ ଥାନା ଅଧିନ ପାଥପୁର ଗ୍ରାମର ସୁନିଲ କୁମାର ନନ୍ଦ ଷୋଳଘରିଆ ଗ୍ରାମରେ ପ୍ରଥମ ପତ୍ନୀଙ୍କ ୨ ପୁଅ ଝିଅ ଏବଂ ୨ୟ ପତ୍ନୀଙ୍କ ସହ ଭଡାଘର ନେଇ ରହୁଛନ୍ତି । ଗାଡିଚାଳକ ଭାବେ କାମ କରୁଥିବା ସୁନିଲ ଗତ ୩୦ତାରିଖରେ ଗାଡି ମରାମତି ପାଇଁ ବାହାରକୁ ଯାଇଥିବା ବେଳେ ତାଙ୍କର ପୁଅ ସୌରଭ ଓ ଝିଅ ସୌମ୍ୟାଶ୍ରୀଙ୍କୁ ସାବତ ମା’ ପୁଷ୍ପଲତା ପ୍ରବଳ ମାଡମାରି ଗୁରୁତର ଆହତ କରିଥିଲେ। ଆହତ ଦୁଇ ନାବାଳକ ପିଲା ଘରୁ ଭୟରେ ପଳାଇ ଆସିଥିବାବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ପୁଲିସକୁ ସୂଚନା ଦେଇଥିଲେ। ସେହିପରି ଖବର ପାଇ ପ୍ରଥମ ପତ୍ନୀ ସୁହାସିନୀ ତାଙ୍କ ପରିବାରବର୍ଗଙ୍କ ସହ ଆଠଗଡ ଡାକ୍ତରଖାନାରେ ପହଞ୍ଚି ଆହତ ପିଲାଙ୍କ ସେବା କରୁଥିଲେ। ପୁଲିସ ସାବତ ମା’ ପୁଷ୍ପଲତା ଓ ବାପା ସୁନିଲଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଚିକିତ୍ସାଧୀନ ଅବସ୍ଥାରେ ପୁଅ ସୌରଭଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିବାବେଳେ ଝିଅ ସୌମ୍ୟାଶ୍ରୀଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନହେବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ବୁଧବାର କଟକ ସ୍ଥାନାନ୍ତରିତ କରାଯାଇଛି। ସୌମ୍ୟାଶ୍ରୀକୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବିଡିଓ ଶ୍ରୀ ସାହୁ ଏସିବି ମେଡିକାଲ କଲେଜ ଅଧିକ୍ଷକ ଓ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟାଧିକାରୀଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିବା ଜଣାପଡିଛି।
ବିଡିଓ ପ୍ରଦୀପ କୁମାର ସାହୁ ଆଠଗଡ ଡାକ୍ତରଖାନା ଯାଇ ସେମାନଙ୍କୁ ଦେଖିବା ସହ ସେମାନଙ୍କର ଚିକିତ୍ସା ବିଷୟରେ ପଚାରି ବୁଝିଥିଲେ। ବିଡିଓ ଶ୍ରୀ ସାହୁଙ୍କ ଅନୁରୋଧ କ୍ରମେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ରେଡକ୍ରସ ପାଣ୍ଠିରୁ ଜନ୍ମିତ ମାଆ ସୁହାସିନୀଙ୍କ ନାମରେ ୧୦ହଜାର ଟଙ୍କାର ଏକ ଚେକ୍‌‌ ପ୍ରଦାନ କରିଛନ୍ତି। ସେହିପରି ଭୁବନେଶ୍ୱରରୁ ଆଇନଜୀବୀ ତଥା ମାନବାଧିକାର କର୍ମୀ ନିଶିକାନ୍ତ ମିଶ୍ର, କଟକରୁ ଅଶୋକ ସାହୁ, ଆଠଗଡର ଆଇନଜୀବୀ ପ୍ରମୋଦ କୁମାର ଜେନା ପ୍ରମୁଖ ଡାକ୍ତରଖାନା ଯାଇ ଆହତ ନାବାଳକ ଭାଇଭଉଣୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସେମାନଙ୍କୁ ଫଳ ଓ ବିସ୍କୁଟ ଆଦି ପ୍ରଦାନ କରିଥିଲେ। ଆବଶ୍ୟକସ୍ଥଳେ ଆଇନଗତ ସହାୟତା ପ୍ରଦାନ କରିବା ପାଇଁ ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories