www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରେମ ବିବାହ ଯୋଗୁଁ ପାକିସ୍ତାନରେ ଅନର କିଲିଂ; ଦମ୍ପତିଙ୍କୁ ସର୍ବସାଧାରଣରେ ଗୁଳିକରି ହତ୍ୟା

ଇସଲାମାବାଦ: ପରିବାର ସଦସ୍ୟଙ୍କ ବିନା ଅନୁମତିରେ ପ୍ରେମ ବିବାହ କରିଥିବା ଅଭିଯୋଗରେ ପାକିସ୍ତାନରେ ନବ ଦମ୍ପତିଙ୍କୁ ସର୍ବସାଧାରଣରେ ଗୁଳିକରି ହତ୍ୟା କରାଯାଇଛି। ଘଟଣାଟି ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ଦେଘାରି ଜିଲାରେ ଘଟିଛି। ପୁଲିସ ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ ଏହସାନ ଉଲ୍ଲା ଓ ବାନୋ ବିବି ପରସ୍ପରକୁ ପ୍ରେମ କରୁୁଥିଲେ। ତେବେ ପରିବାର ସଦସ୍ୟ ଏହାକୁ ବିରୋଧ କରିଥିଲେ। ବାନୋ ବିବିଙ୍କ ଭାଇ ଏଥିନେଇ ସ୍ଥାନୀୟ ପଞ୍ଚାୟତରେ ଅଭିଯୋଗ କରିଥିଲେ। ମିଳିଥିବା ଭିଡିଓ ଫୁଟେଜ ଅନୁଯାୟୀ ନବ ଦମ୍ପତିଙ୍କ ସହ କିଛି ଲୋକ ଏକ ପିକ୍‌ଅପ୍‌ ଭ୍ୟାନରୁ ଓହ୍ଲାଇ ଖୋଲାସ୍ଥାନକୁ ଯାଇଥିଲେ। ଏହି ସମୟରେ ବାନୋ ସାହସ ଜୁଟାଇ ଜଣେ ହତ୍ୟାକାରୀକୁ କହିଥିଲେ ଯେ ସେ ଆଇନସମ୍ମତ ଭାବେ ବିବାହ କରିଛନ୍ତି। ଏହାସତ୍ତ୍ବେ ଯଦି ମୋତେ ମାରିବାକୁ ଚାହୁଁଛ, ତେବେ ମୋ ସହ ସାତ ପାଦ ମିଳାଇ ଚାଲିବାପରେ ହିଁ ଗୁଳିକରି ହତ୍ୟା କରିବ। ଉଭୟ କିଛି ବାଟ ଚାଲିବାପରେ ଏହି ବ୍ୟକ୍ତିଜଣକ ନିଜ ରାଇଫଲରୁ ତିନି ରାଉଣ୍ଡ ଗୁଳି ଚଳାଇବାରୁ ବାନୋ ସେଠାରେ ଟଳିପଡିଥିଲେ। କିଛି ସମୟ ବ୍ୟବଧାନରେ ସେହି ବ୍ୟକ୍ତି ଏହସାନ୍‌ଙ୍କୁ ମଧ୍ୟ ଗୁଳିକରି ହତ୍ୟା କରିଥିଲେ। ଉକ୍ତ ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories