www.samajalive.in
Saturday, December 6, 2025
23.1 C
Bhubaneswar

ବରିଷ୍ଠ ଓକିଲଙ୍କୁ ସମନ ଜାରି ପ୍ରସଙ୍ଗ: ଇଡି ଉପରେ ସୁପ୍ରିମକୋର୍ଟ ଖପ୍ପା

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତରଫରୁ କୌଣସି ମାମଲାର ତଦନ୍ତ ଚାଲିଥିବାବେଳେ ଅଯଥାରେ ଓକିଲଙ୍କୁ ସମନ ଜାରି କରାଯାଉଥିବାରୁ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଇଡି ଅଧିକାରୀମାନେ ଏହି ପ୍ରସଙ୍ଗରେ ନିଜର ସୀମା ଲଂଘନ କରୁଛନ୍ତିିି ବୋଲି ପ୍ରଧାନ ବିଚାରପତି ବି.ଆର.ଗବଇ କହିଛନ୍ତି। ଅର୍ଥ ହେରଫେର ମାମଲାର ତଦନ୍ତ କରୁଥିବାବେଳେ ଇଡି ପକ୍ଷରୁ ବରିଷ୍ଠ ଓକିଲଙ୍କୁ ସମନ ଜାରି କରାଯାଇଥିଲା। ଏଥିରେ କ୍ଷୁବ୍ଧ ହୋଇ ବାର୍‌ ଆସୋସିଏସନ ପକ୍ଷରୁ ପ୍ରଧାନ ବିଚାରପତିଙ୍କୁ ଏକ ଚିଠି ପଠାଯାଇଥିଲା। ଇଡିଙ୍କ ଏଭଳି କାର୍ଯ୍ୟ ଦ୍ବାରା ଓକିଲାତି ପେସାର ସ୍ବାଧୀନତା କ୍ଷୁଣ୍ଣ ହେଉଥିବାବେଳେ ଏହା ନ୍ୟାୟିକ ବ୍ୟବସ୍ଥାରେ ପ୍ରତିବନ୍ଧକ ସୃଷ୍ଟି କରୁଛି ବୋଲି ଅଭିଯୋଗ ମଧ୍ୟ କରାଯାଇଥିଲା।

ସୂଚନାଯୋଗ୍ୟ ନିକଟରେ ସୁପ୍ରିମକୋର୍ଟର ଦୁଇ ବରିଷ୍ଠ ଆଇନଜୀବୀ ଅରବିନ୍ଦ ଦତ୍ତାର ଓ ପ୍ରତାପ ବେଣୁଗୋପାଳଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଥିଲା। ପରବର୍ତ୍ତୀ ସମୟରେ ଇଡି ଏହି ସମନକୁ ପ୍ରତ୍ୟାହାର କରିଥିବାବେଳେ ଭବିଷ୍ୟତରେ ଇଡି ମହାନିର୍ଦେଶକଙ୍କ ବିନା ଅନୁମତିରେ ଓକିଲଙ୍କୁ ସମନ ଜାରି କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା। ଏହି ମର୍ମରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଯଦି ଜଣେ ଓକିଲ ତାଙ୍କ ମହକିଲଙ୍କୁ ଆଇନଗତ ପରାମର୍ଶ ଦେଉଥାନ୍ତି, ତେବେ ସେ କ୍ଷେତ୍ରରେ ସଂପୃକ୍ତ ଓକିଲଙ୍କୁ ଇଡି ସମନ ଜାରି କରିପାରିବେ ନାହିଁ। ସୋମବାର ଅନ୍ୟ ଏକ ମାମଲାରେ ମଧ୍ୟ ସୁପ୍ରିମକୋର୍ଟ ଇଡିଙ୍କୁ ଭର୍ତ୍ସନା କରିଛନ୍ତି। ମୁଦା (ମହୀଶୂର ଅର୍ବାନ ଡେଭେଲପ୍‌ମେଣ୍ଟ ଅଥରିଟି) ମାମଲାରେ ଇଡି ପକ୍ଷରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ପତ୍ନୀଙ୍କୁ ସମନ ଜାରି କରାଯାଇଥିବାରୁ ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି। ରାଜନୈତିକ ବିବାଦକୁ ଅଯଥାରେ ସୁପ୍ରିମକୋର୍ଟକୁ ଟାଣୁଥିବାରୁ ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି.ରାଜୁଙ୍କୁ ମଧ୍ୟ ଦୁଇପଦ ଶୁଣିବାକୁ ପଡିଛି।

- Advertisement -

 

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories