www.samajalive.in
Friday, December 12, 2025
27.1 C
Bhubaneswar

ପିଡିପି ଯୁବ ଶାଖା ସଭାପତି ୱାହିଦ ଗିରଫ

ଶ୍ରୀନଗର : ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫ୍‌ତିଙ୍କର ଅତ୍ୟନ୍ତ ଘନିଷ୍ଠ ତଥା ଦଳର ଯୁବ ଶାଖା ସଭାପତି ୱାହିଦ ପାରା ବୁଧବାର ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ଦ୍ବାରା ଗିରଫ ହୋଇଛନ୍ତି। ହିଜ୍‌ବୁଲ ମୁଜାହିଦ୍ଦିନ କମାଣ୍ଡର ନାଭିଦ ବାବୁ ଏବଂ ଆତଙ୍କବାଦୀଙ୍କୁ ସହାୟତା ମାମଲାରେ ନିଲମ୍ବିତ ପୁଲିସ ଉପ ଅଧୀକ୍ଷକ (ଡିଏସ୍‌ପି) ଦେବୀନ୍ଦର ସିଂହଙ୍କ ସହିତ ସମ୍ପର୍କ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ୱାହିଦ ମଙ୍ଗଳବାର ଜିଲା ପରିଷଦ ନିର୍ବାଚନ ପାଇଁ ଦକ୍ଷିଣ କାଶ୍ମୀରର ପୁଲୱାମାରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏନ୍‌ଆଇଏ ତାଙ୍କୁ ଗତ ତିନି ଦିନ ଧରି ଜେରା କରୁଥିଲା। ବୁଧବାର ୟୁଏପିଏ ଆଇନ ଆଧାରରେ ତାଙ୍କୁ ଏନ୍‌ଆଇଏ ଗିରଫ କରିବା ପରେ ଜିମାରେ ଏହାର ମୁଖ୍ୟାଳୟ ନୂଆଦିଲ୍ଲୀକୁ ନେଇଛି। ୱାହିଦର ହିଜ୍‌ବୁଲ କମାଣ୍ଡର ଇର୍ଫାନ ସାଫି ମିର୍‌ ଓ ତାରିକ ମିର୍‌ ସହିତ ମଧ୍ୟ ସମ୍ପର୍କ ଥିବା ପ୍ରକାଶ। ଏହି ଗିରଫଦାରିକୁ ମେହବୁବା ତୀବ୍ର ନିନ୍ଦା କରିଛନ୍ତି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories