www.samajalive.in
Friday, December 12, 2025
27.1 C
Bhubaneswar

ରୋହିତଙ୍କୁ ଏନ୍‌ସିଏ ଯିବାକୁ କହିଲା କିଏ?

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଗସ୍ତରେ ରୋହିତ ଶର୍ମା ଟେଷ୍ଟ ସିରିଜ୍ ଖେଳିବେ କି ନାହିଁ; ଏହା କେହି ଜାଣନ୍ତିନାହିଁ। ତେବେ ଏପରି ପରିସ୍ଥିତି ପାଇଁ ରୋହିତ ନିଜେ ଦାୟୀ ବୋଲି ବିସିସିଆଇ ଅଭିଯୋଗ କରିଛି। ବିସିସିଆଇର ଜନୈକ ଅଧିକାରୀ ଏପରି ପ୍ରଶ୍ନ କରିଛନ୍ତି- ରୋହିତଙ୍କୁ ଏନ୍‌ସିଏ ଯିବାକୁ କିଏ କହିଲା? ଅଷ୍ଟ୍ରେଲିଆ ଗସ୍ତ ପାଇଁ ୩ଟି ଫର୍ମାଟର ଭାରତୀୟ ଦଳ ଘୋଷଣା ହେବା ବେଳେ ​‌ତାରକା ବ୍ୟାଟ୍‌ସମ୍ୟାନ୍ ରୋହିତ ଆହତ ଅଛନ୍ତି ବୋଲି କହି କୌଣସି ଦଳରେ ସାମିଲ କରା ଯାଇନଥିଲା। ପରେ ତାଙ୍କୁ କେବଳ ଟେଷ୍ଟ ଦଳରେ ସ୍ଥାନ ଦିଆ ଯାଇଥିଲା। ଆଇପିଏଲ୍‌ ପରେ ଚଳିତମାସ ୧୨ରେ ୟୁଏଇର ଭାରତୀୟ କ୍ରିକେଟର ଅଷ୍ଟ୍ରେଲିଆ ଯାତ୍ରା କରିଥିବା ବେଳେ ରୋହିତ ଭାରତ ଫେରିଆସି ଦୀପାବଳି ପରେ ବାଙ୍ଗାଲୋରସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ ଅଭ୍ୟାସ ପାଇଁ ପହଞ୍ଚି ଯାଇଥିଲେ।
ଏହାପରେ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ଟେଷ୍ଟ ସିରିଜ୍ ପାଇଁ ଯଦି ଫିଟ୍‌ ହୋଇଯିବେ ବୋଲି ରୋହିତ ଦୃଢ଼ନିଶ୍ଚିତ ଥିଲେ; ତେବେ ଅନ୍ୟ ଖେଳାଳିଙ୍କ ସହ ସେ ଅଷ୍ଟ୍ରେଲିଆ ନ ଯାଇ ଭାରତ ଫେରିଆସିଲେ କାହିଁକି? ରୋହିତ ୧୨ରେ ଅଷ୍ଟ୍ରେଲିଆ ଯିବେ ବୋଲି ଆଶା କରା ଯାଉଥିଲା। ହେଲେ ସେ ଭାରତ ଫେରିଆସିଲେ। ତାଙ୍କର ଏହି ନିଷ୍ପତ୍ତି ନେଇ ବିସିସିଆଇ ଆଦୌ ଖୁସି ନାହିଁ। ତେବେ ରୋହିତଙ୍କୁ ଏନ୍‌ସିଏରେ ଯୋଗଦେବା ପାଇଁ କିଏ କହିଲା; ତାହାର ଖବର ବିସିସିଆଇରେ କାହାରି ପାଖରେ ନାହିଁ। ଅନ୍ୟଥା ଏହା ରୋହିତଙ୍କର ନିଜସ୍ବ ନିଷ୍ପତ୍ତି ହୋଇପାରେ। ରୋହିତଙ୍କୁ ଯଦି ଅଭ୍ୟାସକରି ଫିଟ୍‌ ହେବାର ଥିଲା; ଏନ୍‌ସିଏରେ ନ କରି ଅଷ୍ଟ୍ରେଲିଆରେ ସାଥୀ ଖେଳାଳିଙ୍କ ସହ ସେ ଏପରି କରି ପାରିଥାଆନ୍ତେ। ଫଳରେ ଡିସେମ୍ବର ୧୭ରୁ ଆରମ୍ଭ ହେଉଥିବା ଟେଷ୍ଟ ସିରିଜ୍ ପାଇଁ ରୋହିତ ଫିଟ୍‌ ହୋଇ ଯାଇଥାଆନ୍ତେ। ତେବେ ରୋହିତ ଭାରତ ଆସିବା ଦ୍ବାରା ଟେଷ୍ଟ ସିରିଜ୍ ଲାଗି ଦଳର ପ୍ରସ୍ତୁତି ବାଧାପ୍ରାପ୍ତ ହୋଇଛି। ଭାରତର ଗତ ଅଷ୍ଟେଲିଆ ଗସ୍ତରେ ମଧ୍ୟ ରୋହିତ ଏପରି କରିଥିଲେ। ରୋହିତ ଭାରତ ଫେରିଆସିବା କଦାପି ବିସିସିଆଇର ନିଷ୍ପତ୍ତି ନଥିଲା। କେବଳ ଈଶାନ୍ତ ଶର୍ମାଙ୍କୁ ଏନ୍‌ସିଏ ଯିବାକୁ କୁହା ଯାଇଥିଲା। ତେଣୁ ବହୁତ ପୂର୍ବରୁ ଈଶାନ୍ତ ଏନ୍‌ସିଏରେ ଅଭ୍ୟାସ କରିଥିଲେ। ରୋହିତ ପରେ ଯୋଗ ଦେଇଥିଲେ।
ଏଣେ ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ବୋରିଆ ମଜୁମ୍‌ଦାର ଟ୍ବିଟରରେ ଏକ ଭିଡିଓ ପୋଷ୍ଟକରି ଦାବି କରିଛନ୍ତି ଯେ ରୋହିତ ପ୍ରକୃତରେ ୧୨ରେ ୟୁଏଇରୁ ଅଷ୍ଟ୍ରେଲିଆ ଯିବାର ଥିଲା। ତେବେ ତାଙ୍କ ପିତା ଗୁରୁନାଥ ଶର୍ମା କୋଭିଡ୍‌ରେ ଆକ୍ରାନ୍ତ ହେବା ଖବର ପାଇବା ପରେ ମୁମ୍ବଇ ଫେରି ଆସିଥିଲେ। କିଛିଦିନ ପରେ ସେ ଅଷ୍ଟ୍ରେଲିଆ ଯାଇଥିଲେ ତାଙ୍କୁ ସଂଗରୋଧରେ ରହିବାକୁ ପଡ଼ିଥାଆନ୍ତା। ତେଣୁ ସୁସ୍ଥହେବା ପାଇଁ ସେ ଏନ୍‌ସିଏ ଯିବାକୁ ମନସ୍ଥ କରିଥିଲେ। ଏଣେ ବିସିସିଆଇର ଆଉ ଜଣେ ଅଧିକାରୀ ଉପରୋକ୍ତ ରିପୋର୍ଟକୁ ଖଣ୍ଡନକରି କହିଛନ୍ତି ଯେ ଆଇପିଏଲ୍‌ ପରେ ଈଶାନ୍ତ ଶର୍ମା ଓ ରୋହିତ ଶର୍ମା ଅଷ୍ଟ୍ରେଲିଆ ଯିବାର କଦାପି ନଥିଲା। ଦୁହେଁ ଆହତ ଥିବାରୁ ଭାରତ ଆସି ଏନ୍‌ସିଏରେ ଅଭ୍ୟାସକରି ଫିଟ୍‌ହେବାକୁ କୁହା ଯାଇଥିଲା। ତେଣୁ କେଉଁ ଅଧିକାରୀ ସତ କହୁଛନ୍ତି; ତାହା କହିବା କଷ୍ଟକର। ଏଣେ ରୋହିତ ଫିଟ୍‌ହେବାରେ ବିଳମ୍ବ ହେଉଥିବାରୁ ତାଙ୍କୁ ପ୍ରଥମ ୨ଟି ଟେଷ୍ଟରୁ ବାଦ୍ ଦିଆଯାଇଛି। ଡିସେମ୍ବର ୩ୟ ସପ୍ତାହ ସୁଦ୍ଧା ରୋହିତ ଯଦି ଅଷ୍ଟ୍ରେଲିଆରେ ପହଞ୍ଚନ୍ତି; ତେବେ ସେ ​ଶେଷ ୨ଟି ଟେଷ୍ଟ ଖେଳିପାରନ୍ତି। ଅନ୍ୟଥା ସେ ସଂପୂର୍ଣ୍ଣ ଟେଷ୍ଟ ସିରିଜ୍‌ରୁ ବାଦ୍‌ ପଡ଼ିପାରନ୍ତି।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories