ନୂଆଦିଲ୍ଲୀ : କିମ୍ବଦନ୍ତୀ ଫୁଟବଲ ତାରକା ଡିଆଗୋ ମାରାଡୋନାଙ୍କ ଦେହାନ୍ତ ହୋଇଛି। ଆର୍ଜେଣ୍ଟିନା ଫୁଟ୍ବଲ୍ ଟିମ୍ର ପୂର୍ବତନ ଅଧିନାୟକ ଡିଏଗୋ ମାରାଡୋନାଙ୍କ ହୃଦଘାତରେ ଦେହାନ୍ତ ହୋଇଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ନିକଟରେ ତାଙ୍କୁ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅସ୍ତ୍ରୋପଚାର ପରେ ତାଙ୍କୁ ୧୧ ନଭେମ୍ବରରେ ଡିସଚାର୍ଜ କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଥିଲା ଏବଂ ବୁଧବାର ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଡିଆଗୋ ମାରାଡୋନାଙ୍କ ବିୟୋଗରେ ସମଗ୍ର କ୍ରୀଡା ଜଗତରେ ଶୋକର ଲହରୀ ଖେଳିଯାଇଛି |
Popular Categories



