www.samajalive.in
Friday, December 12, 2025
23.1 C
Bhubaneswar

୫୦ ବର୍ଷ ପରେ ଗାଁକୁ ରାସ୍ତା ଘଟଣା; ଜମି ମାଲିକ ବାପା-ପୁଅଙ୍କୁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

ଫୁଲବାଣୀ: ଜମି ବିବାଦ ଯୋଗୁଁ ଦୀର୍ଘ ୫୦ ବର୍ଷ ହେଲା ନିର୍ମାଣ ହୋଇ ପାରୁନଥିଲା ଗୁମି ଗ୍ରାମକୁ ରାସ୍ତା। ତେବେ ନିକଟରେ ଗ୍ରାମର ହୋଇଥିବା ଏକ ବୈଠକରେ ଯେଉଁ ଜମିକୁ ନେଇ ବିବାଦ ଦେଖାଯାଇଥିଲା ଉକ୍ତ ଜମିର ମାଲିକ ରାସ୍ତା ପାଇଁ ଜମି ଛାଡ଼ିବାକୁ ରାଜି ହେବା ପରେ ଏବେ ଗୁମି ଗ୍ରାମରେ ଖୁସିର ଲହରି ଖେଳିଯାଇଛି। କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକର ଅନ୍ତର୍ଗତ ଉକ୍ତ ଜମିର ମାଲିକ ଦାଦପାଜୁ ଗ୍ରାମର ବାଲେଶ୍ୱର ମଲିକ ଏବଂ ତାଙ୍କ ପୁଅ ସଂଜୟ ମଲିକଙ୍କୁ ଆଜି ଖଜୁରିପଡ଼ା ବ୍ଳକ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଗ୍ରାମରେ ଖଜୁରିପଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ରବୀନ୍ଦ୍ରନାଥ କହଁର, ବ୍ଳକ ଅଧ୍ୟକ୍ଷ ବିରେନ୍ଦ୍ର କୁମାର କହଁର ଓ ଜିଲା ପରିଷଦ ସଭ୍ୟା ଅନୁରାଧ ସାହୁ ପ୍ରମୁଖ ଗ୍ରାମରେ ପହଞ୍ଚି ବାପା-ପୁଅଙ୍କୁ ସମ୍ମାନିତ କରିଥିଲେ। ଦୀର୍ଘଦିନ ଧରି ଦାଦପାଜୁ ଠାରୁ ଗୁମି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇ ପାରୁନଥିବା ବେଳେ ଏହାର ସମାଧାନ ପାଇଁ ନିଜର ପୈତୃକ ଜମିରୁ ରାସ୍ତା ପାଇଁ ଜାଗା ସରକାରଙ୍କୁ ଦାନ କରିଥିବାରୁ ପ୍ରଶାସନ ପକ୍ଷରୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଗୁମି ଗ୍ରାମରେ ପ୍ରାୟ ୨୫ ପରିବାର ବସବାସ କରିଥାନ୍ତି। କିନ୍ତୁ ଗ୍ରାମକୁ ନାହିଁ ସବୁ ଦିନିଆ ରାସ୍ତା। ଦାତପାଜୁ ଠାରୁ ଗୁମି ଗ୍ରାମର ଦୂରତା ହେଉଛି ମାତ୍ର ୨ କିଲୋମିଟର। କିନ୍ତୁ ଏହି ୨ କିଲୋମିଟର ରାସ୍ତା ମଧ୍ୟରେ ବାଲେଶ୍ୱରଙ୍କର ପୈତୃକ୍ତ ସମ୍ପତି ଜମି ଥିବା ଯୋଗୁଁ ସେଠାର ରାସ୍ତା ନିର୍ମାଣ ହୋଇ ପାରୁନଥିଲା। ରାସ୍ତା ନଥିବା ଯୋଗୁଁ ଆଜି ପର୍ଯ୍ୟନ୍ତ ଗୁମି ଗ୍ରାମରେ ବିକାଶ ହୋଇଛି ସାତ ସପନ।

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories