www.samajalive.in
Thursday, December 11, 2025
16.1 C
Bhubaneswar

ଧୋନି ପରବର୍ତ୍ତୀ ୨-୩ଟି ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରେ ଖେଳିବା ପାଇଁ ସକ୍ଷମ : ଲକ୍ଷ୍ମଣ

ନୂଆଦିଲ୍ଳୀ : ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ ବିଶ୍ୱାସ କରନ୍ତି ଯେ ମହେନ୍ଦ୍ର ସିଂ ଧୋନି ଆଗାମୀ ୨-୩ଟି ଆଇପିଏଲ ସଂସ୍କରଣରେ ଚେନ୍ନଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳିବା ପାଇଁ ସକ୍ଷମ। ଲକ୍ଷ୍ମଣ ଏକ ଚ୍ୟାନେଲ ସୋରେ କହିଛନ୍ତି, ’ମୁଁ ଭାବୁଛି ଚେନ୍ନଇ ପାଇଁ ଧୋନି ଆଉ ୨ ରୁ ୩ଟି ସଂସ୍କରଣରେ ଖେଳିପାରିବେ। କାରଣ ସେ ସମ୍ପୂର୍ଣ୍ଣ ଭାବେ ଫିଟ୍ ଅଛନ୍ତି। ବିଶେଷ କରି ଯେତେବେଳେ ଧୋନିଙ୍କ ଭଳି ଖେଳାଳି ଫିଟ୍ ରହିଥାନ୍ତି ସେତେବେଳେ କେବଳ ଶାରୀରିକ ନୁହେଁ ବରଂ ମାନସିକ ସ୍ତରରେ ମଧ୍ୟ ସେ ସମ୍ପୂର୍ଣ୍ଣ ଭାବେ ଫିଟ୍ ରହିଥାନ୍ତି। ଜଣେ ଅଧିନାୟକ ଭାବରେ ସେ ଚେନ୍ନଇର ଅଧିନାୟକତ୍ୱ ଭାରକୁ ଉପଭୋଗ କରନ୍ତି।
ଭିଭିଏସ୍ ଲକ୍ଷ୍ମଣ ଆହୁରି କହିଛନ୍ତି, ଧୋନି ଯେ ପର୍ଯ୍ୟନ୍ତ ଖେଳିବାକୁ ଚାହୁଁଛନ୍ତି। ସେ ପର୍ୟ୍ୟନନ୍ତ ସେ ମ୍ୟାଚ ଖେଳିପାରିବେ। ଟିମ୍ ମ୍ୟାନେଜମେଣ୍ଟ ଏବଂ ପ୍ରଶଂସକମାନେ ମଧ୍ୟ ଏହା ଚାହାନ୍ତି ବୋଲି ମୁଁ ନିଶ୍ଚିତ। ସେ କହିଛନ୍ତି, ’କେବଳ ଏହି ଆଇପିଏଲ ନୁହେଁ। ସେ ବୋଧହୁଏ ପରବର୍ତ୍ତୀ କିଛି ଆଇପିଏଲରେ ଚେନ୍ନଇ ପାଇଁ ଖେଳିବେ। ଧୋନିଙ୍କର ଟିମ୍ ଇଣ୍ଡିଆରେ ଖେଳିବାକୁ ନେଇ ମ୍ୟାନେଜମେଣ୍ଟ କମିଟି ଧୋନିଙ୍କ ସହ ବସି ଆଲୋଚନା କରିବାର ଆବଶ୍ୟକତା ରହିଛି ବୋଲି ଲକ୍ଷ୍ମଣ କହିଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories