ବୁର୍ଲା : ବୁର୍ଲା ଭିସୁଟ ଏବଂ ଇସ୍ରୋ(ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ) ମଧ୍ୟରେ ଆଜି ମଙ୍ଗଳବାର ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଭିସୁଟର ଇ-ଲାର୍ଣ୍ଣିଙ୍ଗ ସେଣ୍ଟର ଠାରେ ସକାଳ ୯ଟା ୪୫ ମିନିଟ ସମୟରେ ଚୁକ୍ତିନାମା ସ୍ୱାକ୍ଷରିତ ହେବାକୁ ଯାଉଛି। ଏହି ଏମଓୟୁ ସ୍ୱାକ୍ଷରିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଇସ୍ରୋର ଅଧ୍ୟକ୍ଷ ଡ. କେ ଶିବାନ ଉପସ୍ତିତ ରହିଥିବା ବେଳେ ଭିସୁଟର କୁଳପତି ପ୍ରଫେସର ଅଟଳ ଚୌଧିରୀ ଉପସ୍ତିତ ରହିବେ।
ଏହା ସହିତ ଇସ୍ରୋର ନିର୍ଦ୍ଦେଶକ ଡ ପିଭି ଭେଙ୍କିଟାକ୍ରିଷ୍ଣନ ମଧ୍ୟ ଅନ୍ୟତମ ଅତିଥି ଭାବରେ ଉପସ୍ତିତ ରହିବେ। ୱେବିନାର ମାଧ୍ୟମରେ ସିମୀତ ଅଧିକାରୀଙ୍କ ଉପସ୍ତିତିରେ ଏହି କାର୍ଯ୍ୟକ୍ରମ ସମାପିତ ହେବ ବୋଲି ଭିସୁଟ କର୍ତ୍ତୃପକ୍ଷଙ୍କ ତରଫରୁ ସୁଚନା ମିଳିଛି। ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଭିସୁଟର ଛାତ୍ରଛାତ୍ର ମାନେ ଉକୃଷ୍ଟତା ପ୍ରଦର୍ଶନ କରି ବିଶ୍ୱରେ ସୁଖ୍ୟାତି ଆଣିପାରିବେ। ଇସ୍ରୋ ତରଫରୁ ଏକକାଳିନ ଅନୁଦାନ ରାଶି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଭିସୁଟର ବୀର ସୁରେନ୍ଦ୍ର ସାଏ ସ୍ପେଶ ଇନୋଭେସନ ସେଣ୍ଟର ପାଇଁ ଅନୁମୋଦିତ କରିପାରିବ।



