www.samajalive.in
Friday, December 12, 2025
14.1 C
Bhubaneswar

କେନ୍ଦୁଝର ଜିଲା ଟ୍ରକମାଲିକ ସଂଘ ନିର୍ବାଚନ ପାଇଁ ବାଟ ଫିଟିଲା

କେନ୍ଦୁଝରଗଡ଼ : ରାଜ୍ୟର ପ୍ରମୁଖ ବିତ୍ତଶାଳୀ କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ୯ ଅଗଷ୍ଟ ୨୦୨୨ରୁ ଶେଷ ହୋଇ ଯାଇଥିଲେ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଉନଥିବାରୁ ସଂଘରେ ଆପାତକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିବା ଦର୍ଶାଇ ତୁରନ୍ତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ସଂଘ ଉପଦେଷ୍ଟାମଣ୍ଡଳୀ ସମ୍ପାଦକଙ୍କୁ ଗତ ଅପ୍ରେଲରେ ଚିଠି ଲେଖିଥିଲେ। ଉପଦେଷ୍ଟାମଣ୍ଡଳୀ ଚିଠି ପରେ କର୍ମକର୍ତ୍ତାଙ୍କ ନିଦ ଭାଙ୍ଗିବା ନ୍ୟାୟରେ ସଂଘ ସଭାପତି ରମାକାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଜୁନ ୪ ତାରିଖରେ କାର୍ଯ୍ୟକାରୀ ବୈଠକ ନିଷ୍ପତ୍ତି ଅନୁଯାୟୀ ଜୁନ ୨୮ ତାରିଖରେ ଉପଦେଷ୍ଟାମଣ୍ଡଳୀଙ୍କୁ ଭୋଟର ତାଲିକା ହସ୍ତାନ୍ତର କରାଯାଇ ସେପ୍ଟେମ୍ବର ଶେଷ ସୁଦ୍ଧା ସଂଘ ନିର୍ବାଚନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସମ୍ପର୍କରେ ସମ୍ପାଦକ ସୂର୍ଯ୍ୟ ନାରାୟଣ କର ଏକ ପ୍ରେସ୍‌‌ ବିଜ୍ଞପ୍ତି ମାଧ୍ୟମରେ ଜଣାଇଥିଲେ। ତେବେ ସଂଘ ନିଷ୍ପତ୍ତି ମୁତାବକ ଜୁନ ୨୮ ତାରିଖରେ ଉପଦେଷ୍ଟାମଣ୍ଡଳୀଙ୍କୁ ଭୋଟର ତାଲିକା ହସ୍ତାନ୍ତର ନକରିବା ଫଳରେ ନିର୍ବାଚନକୁ କର୍ମକର୍ତ୍ତା ଜାଣିଶୁଣି ବର୍ଷାଧିକ କାଳ ଟାଳଟୁଳ କରି ଆସୁଥିବା ପୂର୍ବତନ ସମ୍ପାଦକ ପ୍ରଦୀପ କୁମାର ବାରିକ ଓ ପୂର୍ବତନ ସଭାପତି ରାମଚନ୍ଦ୍ର ଭୂୟାଁ ବହୁବାର ଅଭିଯୋଗ କରିଆସୁଥିଲେ। ଶେଷରେ ଶୁକ୍ରବାର ସନ୍ଧ୍ୟାରେ ସଂଘ କାର୍ଯ୍ୟାଳୟରେ ସମ୍ପାଦକ ସୂର୍ଯ୍ୟ ନାରାୟଣ କର ଓ ଉପସଭାପତି ଦିଲ୍ଲୀପ କୁମାର ପଣ୍ଡା ଉପଦେଷ୍ଟା କୈଳାସ ଚନ୍ଦ୍ର ପଣ୍ଡା ଓ ଗୋପାଳକୃଷ୍ଣ ପରିଡାଙ୍କୁ ସଂଘର ଚୂଡାନ୍ତ ଭୋଟର ତାଲିକା ହସ୍ତାନ୍ତର ସହ ନିର୍ବାଚନ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବାକୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ଏଥିସହ ଆନନ୍ଦପୁର ଉପଖଣ୍ଡ ଅଧିନ ବରପଦା ଓ କେନ୍ଦୁଝର ଉପଖଣ୍ଡ ଅଧିନ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସଂଘ ପକ୍ଷରୁ ନିର୍ମିିତ ଶୀତତାପ ନିୟନ୍ତ୍ରୀତ କ୍ୟାବିନକୁ ସାଧାରଣଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ କାର୍ଯ୍ୟକ୍ଷମ କରିବା ପାଇଁ ସଂଘ ଉପଦେଷ୍ଟାମଣ୍ଡଳୀଙ୍କ ଅନୁମତି ଲୋଡିଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଉପଦେଷ୍ଟାଙ୍କୁ ପ୍ରଦାନ କରାଯାଇଥିବା ଭୋଟର ତାଲିକା ଅନୁଯାୟୀ କେନ୍ଦୁଝର ଜୋନରେ ସର୍ବାଧିକ ୧୯୮୧, ଘସିପୁରା ଜୋନରେ ୭୩୧, ରାମଚନ୍ଦ୍ରପୁର ଜୋନରେ ୫୬୧, ଚମ୍ପୁଆ ଜୋନରେ ୪୦୮, ଢ଼େଙ୍କିକୋଟ ଜୋନରେ ୩୦୭, ଘଟଗାଁ ଜୋନରେ ୨୯୫ ଓ ହାଟଡିହି ଜୋନରେ ସର୍ବନିମ୍ନ ୨୭୯ଜଣଙ୍କ ଭୋଟରଙ୍କୁ ମିଶାଇ ମୋଟ ୪୫୬୨ଜଣ ଭୋଟର ଆସନ୍ତା ନିର୍ବାଚନରେ ସେମାନଙ୍କ ମତସାବ୍ୟସ୍ତ କରିବେ ବୋଲି ଜଣାପଡିଛି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories