ନୂଆଦିଲ୍ଲୀ: ଟେଲିକମ କମ୍ପାନୀ ଭୋଡାଫୋନ – ଆଇଡିଆ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ବଜାରରେ ୨୧୮ ଟଙ୍କା ଏବଂ ୨୪୮ ଟଙ୍କା ମୂଲ୍ୟର ନୂତନ ପ୍ରିପେଡ୍ ଯୋଜନା ଆଣିଛନ୍ତି। ଏହି ଉଭୟ ଯୋଜନାରେ ଗ୍ରାହକଙ୍କୁ ଅସୀମିତ କଲିଂ ଏବଂ ଡାଟା ସୁବିଧା ମିଳିବ। ଏହା ବ୍ୟତୀତ କମ୍ପାନୀ ଏହି ଦୁଇଟି ରିଚାର୍ଜ ଯୋଜନା ସହିତ ପ୍ରିମିୟମ୍ ଆପ୍ସର ମାଗଣା ସବସ୍କ୍ରିପସନ୍ ପ୍ରଦାନ କରୁଛି। ତେବେ ଆସନ୍ତୁ ଜାଣିବା ଭୋଡାଫୋନ୍-ଆଇଡିଆର ନୂଆ ପ୍ରିପେଡ୍ ଯୋଜନା ବିଷୟରେ …
୨୧୮ ଟଙ୍କା ପାଇଁ ଭୋଡାଫୋନ୍-ଆଇଡିଆ ଯୋଜନା : ଏହି ଯୋଜନାରେ ଗ୍ରାହକମାନଙ୍କୁ ୬ଜିବି ଡାଟା ଏବଂ ୧୦୦ ଏସଏମଏସ ସୁବିଧା ପାଇବେ। ଉପଭୋକ୍ତାମାନେ ଯେ କୌଣସି ନେଟୱାର୍କକୁ ଅସୀମିତ କଲ କରିପାରିବେ। ଏହା ବ୍ୟତୀତ କମ୍ପାନୀ ଗ୍ରାହକଙ୍କୁ ଭୋଡାଫୋନ୍ ପ୍ଲେ ଏବଂ ଜି ୫ ପ୍ରିମିୟମ୍ ଆପର ମାଗଣା ସବସ୍କ୍ରିପସନ୍ ପ୍ରଦାନ କରୁଛି। ଏହି ପ୍ୟାକର ବୈଧତା ୨୮ ଦିନ ରହିବ।
୨୪୮ ଟଙ୍କା ପାଇଁ ଭୋଡାଫୋନ୍-ଆଇଡିଆ ଯୋଜନା : କମ୍ପାନୀର ଏହି ଯୋଜନାରେ ଉପଭୋକ୍ତାମାନଙ୍କୁ ୮ ଜିବି ଡାଟା ଏବଂ ୧୦୦ ଏସଏମଏସ ଦିଆଯିବ। ଗ୍ରାହକମାନକେ ସବୁ ନେଟୱାର୍କରେ ଅସୀମିତ କଲ କରିପାରିବେ। ଏଥିରେ ମଧ୍ୟ ଉପଭୋକ୍ତାମାନଙ୍କୁ ଭୋଡାଫୋନ୍ ପ୍ଲେ ଏବଂ ଜି୫ ପ୍ରିମିୟମ୍ ଆପ ଦିଆଯାଉଛି। ଏହି ପ୍ୟାକର ବୈଧତା ୨୮ ଦିନ ରହିବ।
୨୪୯ ଟଙ୍କା ପାଇଁ ଭୋଡାଫୋନ୍-ଆଇଡିଆର ଯୋଜନା : କମ୍ପାନୀର ଅଫର ଅନୁଯାୟୀ, ଆପଣ ଏହି ଯୋଜନା ସହିତ ପ୍ରତିଦିନ ୩ ଜିବି ଡାଟା ପାଇବେ । ଏହା ସହିତ ଆପଣ ସମସ୍ତ ନେଟୱାର୍କକୁ ଅସୀମିତ କଲି କରିବା ପାଇଁ ସୁବିଧା ଦିଆଯାଇଛି। ଏହା ବ୍ୟତୀତ କମ୍ପାନୀ ଆପଣଙ୍କୁ ପ୍ରିମିୟମ୍ ଆପ୍ସର ଏକ ସବସ୍କ୍ରିପସନ୍ ଦେବ। ଏହି ପ୍ୟାକର ମଧ୍ୟ ବୈଧତା ୨୮ ଦିନ ଅଟେ ।
୩୯୯ ଟଙ୍କା ପାଇଁ ଭୋଡାଫୋନ୍-ଆଇଡିଆ ଯୋଜନା : କମ୍ପାନୀର ଅଫର ଅନୁଯାୟୀ ଆପଣ ଏହି ଯୋଜନାରେ ପ୍ରତିଦିନ ୩ ଜିବି ଡାଟା ସହ ସମସ୍ତ ନେଟୱାର୍କକୁ ଅସୀମିତ କଲ ଦିଆଯାଉଛି। ଏଥିରେ ମଧ୍ୟ ପୂର୍ବ ପ୍ୟାକରେ ମିଳୁଥିବା ପ୍ରିମିୟମ୍ ଆପ୍ସର ଏକ ସବସ୍କ୍ରିପସନ୍ ଦିଆଯିବ । ଏହି ପ୍ୟାକର ବୈଧତା ୫୬ ଦିନ ରହିବ।
୫୯୯ ଟଙ୍କା ପାଇଁ ଭୋଡାଫୋନ୍-ଆଇଡିଆ ଯୋଜନା : କମ୍ପାନୀର ୫୯୯ଟଙ୍କାରେ ପ୍ରତିଦିନ ୩ ଜିବି ଡାଟା ଦେବାସହ ସମସ୍ତ ନେଟୱାର୍କକୁ ଅସୀମିତ କଲର ସୁବିଧା ଦେୁଉଛି। ଏହା ବ୍ୟତୀତ କମ୍ପାନୀ ଏହି ପ୍ଲାନରେ ମଧ୍ୟ ଆପଣଙ୍କୁ ପ୍ରିମିୟମ୍ ଆପ୍ସର ଏକ ସବସ୍କ୍ରିପସନ୍ ମିଳିବା।ଏହି ପ୍ୟାକର ବୈଧତା ୮୪ ଦିନ ଅଟେ।



