www.samajalive.in
Thursday, December 11, 2025
18.1 C
Bhubaneswar

ନମସ୍ତେ କରୋନା : ବିଶ୍ବର ଶକ୍ତିଶାଳୀ ନେତାମାନେ ଆପଣାଉଛନ୍ତି ଭାରତୀୟ ସଂସ୍କୃତି

ସମାଜ ପୋର୍ଟାଲ ଡେସ୍କ : କରେନା ଭାଇରସ୍ ସାରା ବିଶ୍ବରେ ଆତଙ୍କ ଖେଳାଇ ଚାଲିଛି । କରୋନା ଭାଇରସରେ  ସମଗ୍ର ବିଶ୍ବରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଥିବା ବେଳେ ପ୍ରାୟ ୫ ହଜାର ୯୬୦ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସମଗ୍ର ବିଶ୍ବ ବର୍ତ୍ତମାନ ସଚେତନ ହେବାରେ ଲାଗିଛନ୍ତି। ପରସ୍ପରକୁ ସ୍ପର୍ଶ କରିବା ଦ୍ବାରା କରୋନା ଭାଇରସ୍ ଅଧିକ ମାତ୍ରାରେ ହେଉଥିବାରୁ ଲୋକମାନେ ହାତ ମିଳାଇବାକୁ ଏଡାଉଛନ୍ତି।
କେବଳ ସାଧାରଣ ଲୋକମାନେ ନୁହଁନ୍ତି ବିଶ୍ବର ପ୍ରଭାବଶାଳୀ ନେତା ତଥା ରାଷ୍ଟ୍ରମୁଖ୍ୟମାନେ ମଧ୍ୟ ପରସ୍ପର ମଧ୍ୟରେ ହାତ ମିଳାଇବାରୁ ଦୂରେଇ ରହୁଛନ୍ତି। ପରସ୍ପର ମଧ୍ୟରେ ହାତ ମିଳାଇବା ବନ୍ଦ ରହିଥିବା ସମୟରେ ବର୍ତ୍ତମାନ ସମସ୍ତେ ନମସ୍କାର ମାଧ୍ୟମରେ ସ୍ବାଗତ କରୁଛନ୍ତି। ଭାରତୀୟ ସଂସ୍କୃତିର ଅଭିଚ୍ଛେଦ୍ୟ ଅଙ୍ଗ ନମସ୍କାରକୁ ବର୍ତ୍ତମାନ ବିଶ୍ବର ବଡବଡ ନେତାମାନେ ମଧ୍ୟ ଆପଣେଇ ନେଇଛନ୍ତି। କେହି କାହାକୁ ଭେଟିବା ସମୟରେ ନମସ୍କାର କରୁଛନ୍ତି। ନମସ୍କାରକୁ ଆପଣେଇଥିବା ବିଶ୍ବର ବଡବଡ ନେତୃବୁନ୍ଦଙ୍କ ତାଲିକାରରେ ରହିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଜର୍ମାନୀର ଚାନ୍ସେଲର ଆଞ୍ଜେଲା ମର୍କେଲ, ବ୍ରିଟେନର ପ୍ରିନ୍ସ ଚାର୍ଲ୍ସ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍, ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଅଛନ୍ତି।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ଲିଓ ଭାରାଡକରଙ୍କୁ ଭେଟିଛନ୍ତି। ଏହି ସମୟ ମଧ୍ୟରେ ଦୁଇ ନେତା ପରସ୍ପରକୁ ନମସ୍କାର କରିଥିଲେ। ଯାହାର ସୂଚନା ଓଭାଲ ଅଫିସ ଦ୍ୱାରା ଦିଆଯାଇଥିଲା । ରାଷ୍ଟ୍ରପତି ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ସେ ନିକଟରେ ଭାରତରୁ ଫେରିଛନ୍ତି ଏବଂ ଲୋକମାନେ ପରସ୍ପରକୁ ନମସ୍କାର ମାଧ୍ୟମରେ ନମସ୍କାର ମାଧ୍ୟମରେ ଅଭିବାଦନ କରୁଛନ୍ତି।
ମାର୍ଚ୍ଚ ୧୧ ରେ ଲଣ୍ଡନ ପାଲାଡିୟମରେ ଆୟୋଜିତ ହୋଇଥିବା ପ୍ରିନ୍ସ ଟ୍ରଷ୍ଟ ପୁରସ୍କାର ସମୟରେ ବ୍ରିଟେନର ପ୍ରିନ୍ସ ଚାର୍ଲ୍ସ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସୋସିଆଲ ମିଡିଆରେ ତାଙ୍କର ନମସ୍ତେ ଭିଡିଓ ଭାଇରାଲ ହେଉଛି। ଯାହାକୁ ଲୋକମାନେ ବହୁତ ପ୍ରଶଂସା କରୁଛନ୍ତି।
ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟାଙ୍କ ସହ ଏକ ସାକ୍ଷାତକାରରେ ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲ ମଧ୍ୟ ନମସ୍କାର ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି।

- Advertisement -

ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ବୁଧବାର ସ୍ପେନର ରାଜା ଫେଲିପଙ୍କୁ ନମସ୍କାର ମାଧ୍ୟମରେ ସ୍ୱାଗତ କରିଛନ୍ତି। ଦେଶକୁ ସମ୍ବୋଧିତ କରି ଇସ୍ରାଏଲର ରାଷ୍ଟ୍ରପତି ବେଞ୍ଜାମିନ୍ ନେତାନ୍ୟାହୁ ପରସ୍ପରକୁ ଅଭିବାଦନ କରିବାର ଅଭ୍ୟାସ ବଦଳାଇବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଏହାପୂର୍ବରୁ ସେ ଦେଶବାସୀଙ୍କୁ ଭାରତୀୟ ସଂସ୍କୃତି ଗ୍ରହଣ କରିବାକୁ ଏବଂ ତାଙ୍କୁ ଅଭିବାଦନ ଜଣାଇବାକୁ କହିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories