www.samajalive.in
Friday, December 5, 2025
20.1 C
Bhubaneswar

ଆରମ୍ଭ ହେଲା ଭିଭୋ ଭି-୧୧ପ୍ରୋର ପ୍ରଥମ ସେଲ

ନୂଆଦିଲ୍ଲୀ : କିଛିଦିନତଳେ ଭାରତୀୟ ବଜାରରେ ପ୍ରବେଶ କରିଥିଲା ‘ଭିଭୋ ଭି-୧୧ ପ୍ରୋ’। ଏହି ଫୋନର ଅପେକ୍ଷାରେ ଥିବା ଲୋକଙ୍କ ପାଇଁ ସେମାନଙ୍କ ଅପେକ୍ଷାର ଅନ୍ତଃ ଘଟିଛି। କାରଣ ବୁଧବାର ଏହି ଫୋନର ସେଲ ଆରମ୍ଭ ହୋଇଛି। ଏହି ଫୋନକୁ ଅନଲାଇନ ଷ୍ଟୋର ଏବଂ ଅଫଲାଇନରେ ଉପଲବ୍ଧ ରହିଛି।
ଭିଭୋ ଭି-୧୧ ପ୍ରୋର ମୂଲ୍ୟ
ଭାରତରେ ଭିଭୋ ଭି-୧୧ ପ୍ରୋର ମୂଲ୍ୟ ୨୫,୯୯୦ ଟଙ୍କା। ଏହି ସ୍ମାର୍ଟଫୋନ ପାଇଁ ସେପ୍ଟେମ୍ବରରୁ ୦୬ତାରିଖରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଥିଲା। ଭିଭୋ ଭି-୧୧ ପ୍ରୋ ସହିତ ଲଞ୍ଚ ଅଫର ଅନୁସାରେ ଏଚ୍‍ଡିଏଫ୍‍ସି କ୍ରେଡିଟ କାର୍ଡରେ ପେମେଣ୍ଟ କରିବାଦ୍ବାରା ୨,୦୦୦ ଟଙ୍କାର କ୍ୟାସବ୍ୟାକ ପାଇପାରିବେ। ଜିଓ ୟୁଜରଙ୍କୁ ୪,୦୫୦ ଟଙ୍କାର କ୍ୟାସବ୍ୟାକ ଏବଂ ଥରେ ମାଗଣା ସ୍ମ୍ରିନ ରିପ୍ଲେସମେଣ୍ଟ ୱାରେଣ୍ଟି ଦିଆଯିବ।
ଭିଭୋ ଭି-୧୧ ପ୍ରୋର ବିଶେଷତ୍ୱ
ଭିଭୋର ଏହି ଫୋନରେ ୬.୪ ଇଞ୍ଚ ଫୁଲ ଏଚଡି ପ୍ଲସ(୧୦୮୦/୨୩୪୦ପିକ୍ସଲ) ହ୍ୟାଲୋ ଫୁଲ ଭ୍ୟୁ ଡିସପ୍ଳେ ରହିଛି। ଯାହାର ଆସପେକ୍ଟ ରେଶିୟୋ ୧୯.୫:୯ ରହିଛି। ଏଥିରେ ଅକ୍ଟାକୋର କ୍ୱାଲାକମ ସ୍ନାପଡ୍ରାଗନ ୬୬୦ ଏଆଇଇ ପ୍ରୋସେସର ଦିଆଯାଇଛି। ଫୋନରେ ୬ ଜିବି ରାମ, ୬୪ ଜିବି ଷ୍ଟୋରେଜ ରହିଛି। ଯାହାକୁ ମାଇକ୍ରୋ ଏସଡି କାର୍ଡ ମାଧ୍ୟମରେ ୨୫୬ ଜିବି ପର୍ଯ୍ୟନ୍ତ ବଢାଇପାରିବେ। ଏଥିରେ ଡୁଆଲ ସିମ ସପୋର୍ଟ ରହିଛି। ଫୋନଟି ଆଣ୍ଡ୍ରଏଡ ଓରିୟୋ ବେଷ୍ଟ ଫନଟଚ ଓଏସ ୪.୫ରେ ଚାଲିଥାଏ।
ଫଟୋଗ୍ରାଫି ପାଇଁ ଫୋନରେ ଦୁଇଟି ରିିୟର କ୍ୟାମେରା ରହିଛି। ହେଡସେଟରେ ଡୁଆଲ ଏଲଇଡି ପ୍ଲସ, ଡୁଆଲ ପିକ୍ସଲ ଟେକ୍ନୋଲୋଜି ସହିତ ୧୨ ମେଗାପିକ୍ସେଲ ପ୍ରାଇମେରୀ ଏବଂ ୫ ମେଗାପିକ୍ସେଲର ସେକେଣ୍ଡାରୀ ସେନସର ରହିଛି। ସେଲଫି ପାଇଁ ଭିଭୋର ଏହି ସ୍ମାଟଫୋନରେ ଅପର୍ଚର ଏଫ୍‍/ ୨.୦ ସହିତ ୨୫ ମେଗାପିକ୍ସେଲ ଦିଆଯାଇଛି। ଫୋନରେ ୩୪୦୦ ଏମ୍‍ଏଚ୍‍ର ବ୍ୟାଟେରୀ ରହିଛି ଯାହା ଡୁଆଲ ଇଞ୍ଜିନ ଫାଷ୍ଟ ଚାର୍ଜିଙ୍କ ସହିତ ଉପଲବ୍ଧ। ସଂଯୋଗପାଇଁ ଫୋନରେ ୪ଜି ଭିଓଏଲଟିଇ, ଡୁଆଲ-ବ୍ୟାଣ୍ଡ, ୱାଇ-ଫାଇ, ବ୍ଲୁଟୁଥ ୪.୨, ଜିପିଏସ/ଏଜିପିଏସ, ମାଇକ୍ରୋ ୟୁଏସବି ଏବଂ ୩.୫ ଏମ୍‍ଏଚ୍‍ ଅଡିଓ ଜ୍ୟାକ ଦିଆଯାଇଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories