www.samajalive.in
Saturday, December 6, 2025
14.1 C
Bhubaneswar

ଆଜି ଭିସ୍ତାରାର ଶେଷ ଉଡ଼ାଣ, ମଙ୍ଗଳବାରଠୁ ଏୟାରଇଣ୍ଡିଆ ନାଁରେ ଆରମ୍ଭ ହେବ ଚଳାଚଳ

ନୂଆଦିଲ୍ଲୀ: ପୂର୍ଣ୍ଣ ସେବା ପ୍ରଦାନକାରୀ ଏୟାରଲାଇନ ଭିସ୍ତାରା ସୋମବାର ଏହାର ଶେଷ ଉଡ଼ାଣ ଭରିବ। ମଙ୍ଗଳବାରଠାରୁ ଏହି ଏୟାରଲାଇନ ଏୟାର ଇଣ୍ଡିଆ ଗ୍ରୁପରେ ମିଶିଯିବ। ଏହି ବିଲୟ ସହିତ ଭାରତୀୟ ବିମାନସେବା ବ୍ୟବସାୟରେ ପୂର୍ଣ୍ଣ ସେବା ପ୍ରଦାନକାରୀ ବିମାନ ସଂଖ୍ୟା ହ୍ରାସ ପାଇ କେବଳ ଗୋଟିଏ ରହିବ। ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ଉଦ୍ୟମରେ ଭିସ୍ତାରା ପରିଚାଳିତ ହେଉଥିଲା। ବର୍ତ୍ତମାନ ଏୟାର ଇଣ୍ଡିଆ ସହିତ ମିଶ୍ରଣ ପରେ ମଧ୍ୟ ସିଙ୍ଗାପୁର ଏୟାରଲାଇନ୍ସର ୨୫.୧ ପ୍ରତିଶତ ଭାଗିଦାରୀ ରହିବ।

ବିଲୟ ପରେ ପ୍ରଥମ ମାସରେ ଭିସ୍ତାରାର ଟିକେଟ୍ ଥିବା ୧, ୧୫, ୦୦୦ରୁ ଅଧିକ ଯାତ୍ରୀ ଏୟାର ଇଣ୍ଡିଆ ନାଁରେ ଉଡ଼ାଣ ଭରିବେ। ତେବେ ଭିସ୍ତାରର ଅନୁଭୂତି ପରିବର୍ତ୍ତନ ହେବ ନାହିଁ ବୋଲି ଗ୍ରୁପ୍‌ ନିଶ୍ଚିତ କରିଛି। ବିଲୟ ସହିତ ଭିସ୍ତାରା ଏୟାରଲାଇନର ଫ୍ଲାଇଟ୍ କୋଡ ଆରମ୍ଭରେ ‘୨’ ଯୋଡ଼ି ହୋଇଯିବ। ଉଦାହରଣ ସ୍ୱରୂପ, ଭିସ୍ତାରାର ବର୍ତ୍ତମାନର ଫ୍ଲାଇଟ୍ କୋଡ୍ ୟୁକେ ୯୫୫ ବିମାନ ଏବେ ଏଆଇ ୨୯୫୫ ହୋଇଯିବ।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories