www.samajalive.in
Saturday, December 6, 2025
19.1 C
Bhubaneswar

ଅଙ୍ଗଦାନ କରି ବିଶ୍ବଜିତ୍‌ ଅମର

ଅନୁଗୋଳ : ମୃତ୍ୟୁ ପରେ ନିଜର କିଡନୀ ଦାନ କରି ଅମର ହେଲେ ଅନୁଗୋଳର ବିଶ୍ବଜିତ ଦାସ। ଗତ ୬ ଦିନ ତଳେ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଆଜି ଡାକ୍ତର ତାଙ୍କ ବ୍ରେନ୍‌ଡେଡ ଘୋଷଣା କରିଥିଲେ। ପରେ ତାଙ୍କ ପରିବାର ଲୋକଙ୍କ ସହମତିରେ ଦୁଇଟି ଯାକ କିଡ୍‌ନୀ କଢାଯାଇଥିଲା। ଗୋଟିଏ କିଡ଼ନୀ ସେହି ଘରୋଇ ହସ୍ପିଟାଲରେ ପ୍ରତ୍ୟାରୋପଣ କରାଯାଇଥିବା ବେଳେ ଅନ୍ୟଟି କଟକ ଏସସିବିକୁ ଅଣାଯାଇଥିଲା। ଏସସିବିରେ ଜଗତସିଂହପୁର ଅଞ୍ଚଳର ସୁନିଲ୍ ନାୟକ ନାମକ ଜଣେ ଯୁବକଙ୍କ ଶରୀରରେ ଗୋଟିଏ କିଡନୀ ସଫଳ ପ୍ରତ୍ୟାରୋପଣ କରାଯାଇଛି। ସୁନିଲ୍‌ଙ୍କ ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଥିବା ବେଳେ ତାଙ୍କୁ ୫ ବର୍ଷ ହେଲା ଡାଏଲେସିସ କରାଯାଉଥିଲା। ଏସସିବିର ନେଫ୍ରୋଲୋଜି ଓ ୟୁରୋଲୋଜି ବିଭାଗ ସହ ଆନେସ୍ଥେସିଆ ବିଭାଗର ଡାକ୍ତରଙ୍କ ସହଯୋଗରେ ଏହି ସଫଳ ପ୍ରତ୍ୟାରୋପଣ କରାଯାଇଛି। ବିଶ୍ୱଜିତଙ୍କ ପରିବାରର ଏହି ମହତପଣିଆ ପାଇଁ ଆଜି ସବୁଠି ତାଙ୍କୁ ପ୍ରଶଂସା କରାଯାଇଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories