www.samajalive.in
Friday, December 12, 2025
14.1 C
Bhubaneswar

ଚୀନରେ ଲେଉଟୁଛି କରୋନା

ବେଜିଂ: ଚୀନରେ ପୁଣି ଲେଉଟୁଛି କରୋନା । ସୁସ୍ଥ ହୋଇ ଡ଼ାକ୍ତରଖାନରୁ ଫେରିଥିବା କିଛି ଲୋକଙ୍କ ଦେହରେ ପୁଣି କରୋନା ଲକ୍ଷଣ ସୂଚନା ମିଳିବା ପରେ କରାଯାଇଥିବା ପରୀକ୍ଷାରେ ସେମାନେ ପୁଣି କୋବିଦ-୧୯ ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେନ୍ଜହେନ୍ ଥାର୍ଡ଼ ପିପୁଲ ହସ୍ପିଟାଲ ପକ୍ଷରୁ ପ୍ରକାଶିତ ରିପୋର୍ଟକୁ ଆଧାର କରି ହିନ୍ଦୁସ୍ତାନ ଟାଇମସ ଏ ସମ୍ପର୍କରେ ସୂଚନା ଦେଇଛି । ରିପୋର୍ଟ ଅନୁସାରେ ଏହି ଡ଼ାକ୍ତରଖାନାରୁ କରୋନାମୁକ୍ତ ହୋଇ ବାହାରିଥିବା ୧୭୨ ରୋଗୀଙ୍କ ମଧ୍ୟରୁ ୧୪.୫% ରୋଗୀଙ୍କଠାରେ ପୁନର୍ବାର କରୋନା ଲକ୍ଷଣ ପ୍ରଦର୍ଶିତ ହୋଇଛି ।

ଅନ୍ୟପକ୍ଷରେ  ରବିବାର ଚୀନରେ ମୋଟ ୯୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନେ ସମସ୍ତେ ଏବେ ଚିକିତ୍ସାଧୀନ ରହିଛନ୍ତି ବୋଲି  ଚୀନ ଜାତୀୟ ସ୍ୱାସ୍ଥ୍ୟ କମିଶନ ଏହି ସୂଚନା ଦେଇଛି । ୯୯ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରୀରେ ବିଦେଶ ଭ୍ରମଣ ରହିଛି ଓ ଅନ୍ୟ ଦୁଇଜଣ ଚୀନ ହେଇଲୋଙ୍ଗଜିଆଙ୍ଗ ବାସୀ ବୋଲି ଚାଇନାର ଇଏଫଇ ନ୍ୟୁଜ ପ୍ରକାଶ କରିଛି । ମାର୍ଚ୍ଚ ୨୮ ରେ  ଦେଶରେ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ ଏକ ସାମୟିକ ପ୍ରତିବନ୍ଧକ ଲଗାଇଛି ଚୀନ । ହେଲେ  ବିଦେଶରେ ଥିବା ଅନେକ ଚୀନ ନାଗରିକ ଏବେ ଦେଶକୁ ଫେରୁଛନ୍ତି। ଯାହାକି ସରକାରଙ୍କ ପାଇଁ ମୁଣ୍ଡବ୍ୟଥା ପାଲଟିଛି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories