ସମାଜ ଡିଜିଟାଲ ଡେସ୍କ: ୩ ଜୁନ ୨୦୨୫ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଇତିହାସ ରଚିଛି ରୟାର ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ।୧୮ବର୍ଷ ପରେ ଚାମ୍ପିଆନ ହୋଇଛି ବେଙ୍ଗାଲୁରୁ । ଆରସିବି ବନାମ ପଞ୍ଜାବ ଫାଇନାଲ ମ୍ୟାଚର ଶେଷ ଓଭର ଖେଳାଯାଉଥିଲା । ଷ୍ଟ୍ରାଇକରେ ଥିଲେ ଶଶଙ୍କା ସିଂହ । ଜୋଶ୍ କେଜଲଉଡ୍ଙ୍କ ହାତରେ ଥିଲା ବଲ୍ । ଶେଷ ଓଭରର ଚାରିଟି ବଲ୍ ବାକି ଥିଲା । ବିରାଟ କୋହଲି ବିଜୟର ଆଲୋକ ଦେଖିଥିଲେ । ସେଠାରେ ଶଶାଙ୍କ ସିଂହ ଚୌକା ଏବଂ ଛକା ବର୍ଷା କରି ପଞ୍ଜାବକୁ ଜିତାଇବାକୁ ପ୍ରୟାସ କରୁଥିଲେ । ଏଠାରେ ବିରାଟ ଆଇପିଏଲ ଟ୍ରଫିକୁ ଦେଖି ଲୁହ ଗଡାଉଥିଲେ । ଶେଷରେ ୨୦ତମ ଓଭର ଶେଷ ହେବା ମାତ୍ରେ ୬ରନରେ ବିରାଟ କୋହଲିଙ୍କ ସ୍ୱପ୍ନ ସତ ହୋଇଥିଲା । ଆନନ୍ଦର ଲୁହକୁ ଆଉ ରୋକି ପାରିନଥିଲେ କିଙ୍ଗ କୋହଲି । ବିରାଟଙ୍କ ଭାବନା ବୟାନ କରୁଥିଲା ଯେ ବର୍ଷ ବର୍ଷର ସ୍ୱପ୍ନ ସତ ହେଲା ପରେ କିପରି ଅନୁଭବ ହୁଏ ।
Tears. Roars. Jubilation 🥹
The emotions of #RCB were raw, real, and 1⃣8⃣ years in the making ❤️#TATAIPL | #RCBvPBKS | #Final | #TheLastMile | @RCBTweets pic.twitter.com/fXVTbfCZFp
— IndianPremierLeague (@IPL) June 3, 2025
୧୮ତମ ସିଜିନ, ୧୮ ଜର୍ସିରେ ଆରସିବିର ବିଜୟ ପରେ ବିରାଟ କୋହଲି ବହୁତ କାନ୍ଦିଥିଳେ । ତଥାପି ଯଦି ଶଶାଙ୍କ ସିଂହ କ୍ରିକେଟର ରିଙ୍କୁ ସିଂହଙ୍କ ପରି ଏକ ଚମତ୍କାର କରିଥାନ୍ତେ ତେବେ ବିରାଟ କୋହଲି ସେତେବେଳେ ମଧ୍ୟ ବହୁତ କାନ୍ଦିଥାନ୍ତେ । ଶେଷ ଓଭରରେ ପଞ୍ଜାବକୁ ୨୯ରନ ଆବଶ୍ୟକ ଥିଲା । ହେଲେ ମାତ୍ର ୬ରନ ରେ ପଛରେ ପଡିଥିଲା ଶ୍ରେୟସ ଆୟରଙ୍କ ଟିମ୍ । ଯଦି ଭୁଲରେ ଏକ ନୋ ବଲ ଦିଆଯାଇଥାନ୍ତା ଏବଂ ଶଶାଙ୍କ ସିଂହ ଛକା ମାରିଥାନ୍ତେ ତେବେ ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଥାନ୍ତା । ପଞ୍ଜାବ କିଙ୍ଗସ ଜିତି ଯାଇଥାନ୍ତେ, ସେତେବେଳେ ମଧ୍ୟ ବିରାଟ ବହୁତ କାନ୍ଦିଥାନ୍ତେ । ହେଲେ ସେ ଲୁହ ଦୁଃଖ ଆଉ ନିରାଶାର ହୋଇଥାନ୍ତା ।
The tears say it all 🥹
An 1️⃣8️⃣-year wait comes to an end 👏
Updates ▶ https://t.co/U5zvVhcvdo#TATAIPL | #RCBvPBKS | #Final | #TheLastMile | @imVkohli pic.twitter.com/X15Xdmxb0k
— IndianPremierLeague (@IPL) June 3, 2025



