www.samajalive.in
Saturday, December 6, 2025
26.1 C
Bhubaneswar

ଜନ୍ମଦିନରେ ଇତିହାସ ରଚିଲେ କୋହଲି; ହେଲେ ସଚିନଙ୍କ ସମକକ୍ଷ

କଲକତା : ନିଜ ଜନ୍ମଦିନରେ ବିରାଟ କୋହଲି ସେହି ଚମତ୍କାର ପ୍ରଦର୍ଶନ କରିଛନ୍ତି, ଯାହାକୁ ସମଗ୍ର ବିଶ୍ବ କ୍ରିକେଟ୍‌ ଅପେକ୍ଷା କରିଥିଲା। ରବିବାର କଲକତାର ଇଡେନ୍‌ ଗାର୍ଡେନ୍ସରେ ଖେଳାଯାଉଥିବା ଆଇସିସି ବିଶ୍ବକପର ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ ନିଜ ଦିନିକିଆ କ୍ୟାରିୟରର ୪୯ତମ ଶତକ ହାସଲ କରିଛନ୍ତି କୋହଲି। ଏଥିସହ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ଼ ସହ ସମକକ୍ଷ ହୋଇଛନ୍ତି। ସଚିନ୍‌ ଦିନିକିଆରେ ୪୯ ଶତକ ହାସଲ କରିଥିଲେ। ଏବେ ଏହି ରେକର୍ଡ଼ରେ କୋହଲିଙ୍କ ନାଁ ମଧ୍ୟ ସାମିଲ ହୋଇଯାଇଛି। ଆଉ ଗୋଟିଏ ଶତକ ହାସଲ ପରେ କୋହଲି ତେନ୍ଦୁଲକରଙ୍କ ବିଶ୍ବ ରେକର୍ଡ଼ ଭାଙ୍ଗିବେ। ବିରାଟଙ୍କ ଏହି ଶତକ ବଳରେ ଦକ୍ଷିଣ ଆଫ୍ରିକା ଆଗରେ ୩୨୭ ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ରଖିଛି ଭାରତ। ସୂର୍ଯ୍ୟକୁମାର ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କ ସହ ଉପଯୋଗୀ ପାର୍ଟନରସିପ କରି ବିରାଟ କୋହଲି ଦଳୀୟ ସ୍କୋରକୁ ୫୦ ଓଭରରେ ୩୨୬ ରନରେ ପହଞ୍ଚାଇଛନ୍ତି।

ସୂଚନାଯୋଗ୍ୟ, ସଚିନ ତାଙ୍କ ଦିନିକିଆ କ୍ୟାରିୟରରେ ୪୬୩ ମ୍ୟାଚ୍ ଖେଳି ମୋଟ୍ ୪୯ ଶତକ ହାସଲ କରିବାରେ ସଫଳ ହୋଇଥିଲେ। ଅପରପକ୍ଷେ, କୋହଲି ୨୮୯ତମ ମ୍ୟାଚରେ ୪୯ ଶତକ ହାସଲ କରି ରେକର୍ଡ଼ ସୃଷ୍ଟି କରିଛନ୍ତି। ଦିନିକିଆରେ ସଚିନଙ୍କ ସହ ଏବେ କୋହଲି ସର୍ବାଧିକ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories