ଲଡୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଉପାନ୍ତ ଅଞ୍ଚଳ ଖଲିଗଡ଼ରେ ଆଜକୁ ପ୍ରାୟ ୪/୬ ଦିନ ହେବ ଏକ ପାଗଳ ବଳଦ ଲୋକଙ୍କ ଚିନ୍ତା ବଢ଼ାଇଛି। ଗାଁରେ ବୁଲୁଛି ପାଗଳ ବଳଦ, ଲୋକଙ୍କୁ ଦେଖିଲା କ୍ଷଣି ଗୋଡାଇ ଗୋଡାଇ ମାରୁଛି। ଯାହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। କେତେବେଳେ କାହା ଘରେ ପଶୁଛି ତ ଆଉ କେତେବେଳେ ଭୋଜି ଭାତ ସମୟରେ ଗୋଡାଇ ବୁଲୁଛି। ଗ୍ରାମବାସୀଙ୍କ କହିବା କଥା ଯେ, କିଛି ମାସ ତଳେ ଏହି ବଳଦକୁ ଗୋଟିଏ ବୁଲା କୁକୁର କାମୁଡ଼ିଥିଲା । ଫଳରେ ବଳଦର ଏଭଳି ଅବସ୍ଥା ହୋଇଥିବା ଜଣାପଡିଛି। ତେବେ ଏହି ଗାଁ ଦେଇ ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକରିଚଞ୍ଚରା ରହିଛି। ଅନେକ ପର୍ଯ୍ୟଟକ ଯିବା ଆସିବା କରୁଛନ୍ତି। ତାଙ୍କପ୍ରତି ମଧ୍ୟ ବିପଦ ରହିଛି। ଗ୍ରାମବାସୀ ଠେଙ୍ଗାବାଡ଼ି ଧରି ଜଗି ରହୁଛନ୍ତି। ସବୁବେଳେ ଘର ତାଟି କବାଟ ବନ୍ଦ କରି ରଖୁଛନ୍ତି। କେହି ବାହାରକୁ ବାହାରୁ ନାହାନ୍ତି। ସେହି ବଳଦଟି ଧଳା ରଙ୍ଗ ଦେଖିଲେ ଗୋଡ଼ାଉଥିବା କୁହାଯାଉଛି। ତେବେ ଏହି ବଳଦକୁ ଆୟତ୍ତ କରିବା ପାଇଁ ଗ୍ରାମବାସୀ ନିକଟସ୍ଥ ଅଗ୍ନିଶମ ବିଭାଗର ସାହାଯ୍ୟ ଲୋଡ଼ିଛନ୍ତି।
Popular Categories



