www.samajalive.in
Saturday, December 6, 2025
14.1 C
Bhubaneswar

ଆସାମ, ବିହାର ବନ୍ୟା ପୀଡ଼ିତଙ୍କୁ ସହାୟତା ଦେବେ ବିରାଟ-ଅନୁଷ୍କା

ମୁମ୍ବଇ: ଆସାମ ଓ ବିହାରରେ ଏବେ ଭୟଙ୍କର ବନ୍ୟା ପରିସ୍ଥିତି। ଏଥିରେ ପୀଡ଼ିତ ହୋଇଥିବା ବ୍ୟକ୍ତିଙ୍କୁ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଭାରତୀୟ କ୍ରିକେଟ୍‍ ଦଳର ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ତଥା ବଲିଉଡ୍‍ ଅଭିନେତ୍ରୀ ଅନୁଷ୍କା ଶର୍ମା। ପ୍ରଳୟଙ୍କରୀ ବନ୍ୟାରେ ଆସାମର ୨୧ଟି ଜିଲାର ୧୫୩୬ ଗ୍ରାମର ୧୬ ଲକ୍ଷରୁ ଅଧିକ ଅଧିବାସୀ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ରାଜ୍ୟରେ ଶତାଧିକ ଲୋକ ପ୍ରାଣ ହରାଇଛନ୍ତି। ବିହାରରେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ବହୁ ଲୋକ ପ୍ରାଣ ହରାଇଛନ୍ତି। ଉଭୟ ଆସାମ ଓ ବିହାରରେ ବନ୍ୟା ପୀଡ଼ିତଙ୍କ ପାଇଁ କାର୍ୟ୍ୟ କରୁଥିବା ୩ଟି ସଂସ୍ଥାକୁ ଆର୍ଥିକ ସହାୟତା ଦେବାକୁ ବିରାଟ ଓ ଅନୁଷ୍କା ସୋସିଆଲ ମିଡିଆ ଜରିଆରେ ପ୍ରତିଶ୍ରୁତି ଦେଇଛନ୍ତି। କୋହଲି ଲେଖିଛନ୍ତି, ସାରାଦେଶରେ କରୋନା ଭୂତାଣୁ କାୟା ବିସ୍ତାର କରିଥିବା ବେଳେ ଆସାମ ଓ ବିହାରରେ ବନ୍ୟା ଯୋଗୁଁ ଲୋକେ ବହୁତ କଷ୍ଟ ଭୋଗିଛନ୍ତି। ଅନେକ ବାସହରା ହୋଇଥିବା ବେଳେ ବେଶ୍‍ କିଛି ଜୀବନ ଓ ଜୀବିକା ହରାଇଛନ୍ତି। ଆସାମ ଓ ବିହାରର ଲୋକଙ୍କ ପାଇଁ ଆମେ ପ୍ରାର୍ଥନା କରୁଛି ଏବଂ ଅନୁଷ୍କା ଓ ମୁଁ ଉଭୟ ରାଜ୍ୟରେ ବନ୍ୟା ପୀଡ଼ିତଙ୍କ ପାଇଁ ପ୍ରଶଂସନୀୟ କାର୍ୟ୍ୟ କରୁଥିବା ୩ଟି ସଂସ୍ଥାକୁ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଉଛୁ। ଯଦି ସମ୍ଭବ; ଆପଣମାନେ ମଧ୍ୟ ସହାୟତା କରନ୍ତୁ। ପୂର୍ବରୁ ଇଂଲଣ୍ଡ କ୍ରିକେଟ୍‍ ଦଳର ପୂର୍ବତନ ଅଧିନାୟକ କେଭିନ୍‍ ପିଟରସନ୍‍ ଓ ଭାରତୀୟ ଫୁଟ୍‍ବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ମଧ୍ୟ ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟ ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories