www.samajalive.in
Saturday, December 6, 2025
23.1 C
Bhubaneswar

କରୋନା ସହ ବଞ୍ଚିବାକୁ ପଡ଼ିବ; ଯୁବକମାନେ ସାବଧାନ ରୁହନ୍ତୁ : ଶୁଣନ୍ତୁ କ’ଣ କହୁଛନ୍ତି ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ମୁଖ୍ୟ

ସାରା ଦୁନିଆରେ କରୋନା ସଂକ୍ରମଣ ଜୀବନ ଓ ଜୀବିକା ଉପରେ ପକାଇଛି ପ୍ରଚଣ୍ଡ ପ୍ରଭାବ । ଏହି ସ୍ଥିତିରେ ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ଜାରି କରିଛି ସତର୍କ ସୂଚନା । କରୋନା ଶେଷ ହେବ କି ନାହିଁ ତାହା ପୂର୍ବାନୁମାନ କରିବା କଷ୍ଟକର, ମାତ୍ର ମାନବଜାତିକୁ କରୋନା ସହ ବଞ୍ଚିବାକୁ ପଡ଼ିବ । ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ଼୍ରୋସ ଆଧାନମ୍ ଘେବ୍ରିୟସ କହିଛନ୍ତି ଯେ କରୋନା ଟୀକା ଉଦ୍ଭାବନ ଓ ଏହାର ବ୍ୟବହାର ପାଇଁ ଯଥେଷ୍ଟ ସମୟ ଲାଗିବ । ହୋଇପାରେ ଏଥିପାଇଁ ବର୍ଷଟିଏ ବି ଲାଗିଯାଇପାରେ । ସେତେବେଳ ପର୍ଯ୍ୟନ୍ତ କରୋନା ସହିତ ବଞ୍ଚିବାକୁ ପଡ଼ିବ । ସବୁଠାରୁ ଏଥିପାଇଁ ଯୁବକମାନେ ସତର୍କ ରହିବା ଆବଶ୍ୟକ । ସାଧାରଣତଃ ଯୁବକମାନେ ଅଧିକ ଉଦ୍ଦାମ, ସେମାନେ ଯଦି ଭାବୁଛନ୍ତି କରୋନା ସେମାନଙ୍କୁ ସଂକ୍ରମଣ କରିବ ନାହିଁ ତେବେ ଏହା ସବୁଠାରୁ ଭୁଲ ଧାରଣା । ଅନ୍ୟମାନଙ୍କ ପରି କରୋନା ଯୁବ ବର୍ଗକୁ ମଧ୍ୟ ପ୍ରଭାବିତ କରିବ ଏବଂ ଏଥିପାଇଁ ସତର୍କ ରହିବା ଆବଶ୍ୟକ ।

- Advertisement -

ଘେବ୍ରିୟସ କହିଛନ୍ତି ଯେ ଏହି ଭୂତାଣୁ ସହ ବିଶ୍ଵର ସବୁ ଲୋକଙ୍କୁ ଜୀଇବା ନିମନ୍ତେ ଶିଖିବାକୁ ପଡ଼ିବ । ନିଜେ ଜୀଇବା ସହ ଅନ୍ୟକୁ ଜୀଇବାକୁ ଦେବାକୁ ହେବ । ସବୁ ଦେଶ ନିଜନିଜ ସ୍ଥିତି ଓ ପରିବେଶ ଅନୁସାରେ ବିଭିନ୍ନ ପ୍ରତିବନ୍ଧକ ଲଗାଇଛନ୍ତି । ଯେଉଁଥିପାଇଁ କରୋନା ସଂକ୍ରମଣ ରୋକିବା କ୍ଷେତ୍ରରେ ସହାୟକ ହୋଇ ପାରିଛି । ସାଉଦୀ ଆରବ ଏହାର ଉଜ୍ଵଳ ଉଦାହରଣ। ଯେଉଁ ଦେଶ ଅତ୍ୟନ୍ତ କଠୋର ପ୍ରତିବନ୍ଧକ ଲଗାଇ ସାରା ଦେଶକୁ ବଞ୍ଚାଇବାରେ ସକ୍ଷମ ହୋଇଛି । ସାଉଦୀ ସରକାରଙ୍କ ପଦକ୍ଷେପ ଯୋଗୁଁ ସେଠାକାର ଜନସାଧାରଣ ବହୁତ ବୁଝିବିଚାର କାମ କରୁଛନ୍ତି । ତେବେ ସାରା ବିଶ୍ଵର  ଯୁବ ସମାଜ ସତର୍କ ରହିବା ଆବଶ୍ୟକ । କାରଣ କରୋନା ପାଇଁ କେହି ଅସ୍ପୃଶ୍ୟ ନୁହନ୍ତି । ପିଲା, ଯୁବକ, ବୃଦ୍ଧ ସମସ୍ତଙ୍କୁ କରୋନା ସଂକ୍ରମଣ କରିପାରେ। ଏଥିରେ ସେମାନଙ୍କର ମୃତ୍ୟୁ ହୋଇପାରେ ଏବଂ ଅନ୍ୟମାନଙ୍କର ମୃତ୍ୟୁର କାରଣ ମଧ୍ୟ ସେମାନେ ହୋଇ ପାରନ୍ତି ।ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ଵ ବଜାୟ ରଖିବା ବର୍ତମାନ ସମୟରେ ଅନିବାର୍ଯ୍ୟ । ଆମେରିକା, ବ୍ରାଜିଲ, ଭାରତ, ଦକ୍ଷିଣ ଆଫ୍ରିକା, କଲମ୍ବିଆ ଆଦି ଦେଶରେ ସଂକ୍ରମଣ ବଢ଼ିବାରେ ଲାଗିଛି ।  ତେଣୁ ଏଠାରେ ଅଧିକ ସତର୍କତା ଜରୁରୀ ବୋଲି ଘେବ୍ରିୟସ କହିଛନ୍ତି । 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories