ନୂଆଦିଲ୍ଲୀ : ସାରା ଦେଶରେ ଖରା,ଗରମ ପାଇଁ ଲୋକେ ଚିନ୍ତିତ। ମନୁଷ୍ୟ ସହ ପଶୁ-ପକ୍ଷୀ ମଧ୍ୟ ଏହି ଅସହ୍ୟ ଖରାରେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି। ଅନେକ ସମୟରେ ଲୋକେ ମାନବିକତା ଦେଖାଯାଇ ଜୀବଜନ୍ତୁଙ୍କୁ ମଧ୍ୟ ସାହାଯ୍ୟ କରୁଛନ୍ତି। ନିକଟରେ ସେଭଳି ହିଁ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ଭିଡିଓଟି ଏକ କୁକୁରର।
ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ, ଏକ କୁକୁର ପାଣି ପିଇବା ପାଇଁ ପାଣି ଟ୍ୟାପ୍ ନିକଟରେ ଠିଆ ହେଉଛି। ସେ ନିଜେ ପାଣି ପିଇବା ପାଇଁ ଅନେକ ଥର ଚେଷ୍ଟା କଲେ ମଧ୍ୟ ସେଥିରେ ସଫଳ ହୋଇ ପାରୁ ନାହିଁ। ଟ୍ୟାପରୁ ପଡୁଥିବା ସାମାନ୍ୟ ପାଣିକୁ ପାଟିକୁ ନେବାକୁ ଚେଷ୍ଟା କରୁଥିବା ଦେଖାଯାଉଛି। ସେହି ସମୟରେ ଜଣେ ମହିଳା ଆସି କୁକୁରକୁ ଏକ ପାତ୍ରରେ ପାଣି ଦେଉଛନ୍ତି। ଏହାପରେ କୁକୁରଟି ଆରାମରେ ପାଣି ପିଉଛି। ଭିଡିଓକୁ ଲକ୍ଷାଧିକ ଲୋକେ ଦେଖି ପସନ୍ଦ କରିବା ସହ ଭିନ୍ନ ଭିନ୍ନ ମତ ଦେଉଛନ୍ତି।



