ବଦଳିଲା ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ତାରିଖ !

ନୂଆଦିଲ୍ଲୀ: ଫଳାଫଳ ଘୋଷଣା ପରେ ଦେଶରେ ପୁଣି ଥରେ ଏନଡିଏ ସରକାର ଗଠନ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଇତି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ତାରିଖରେ ପରିବର୍ତ୍ତନ ହୋଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ୯ ତାରିଖରେ ଶପଥ ଗ୍ରହଣ କରିବେ ବୋଲି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି। ପୂର୍ବରୁ ସୂଚନା ମିଳିଥିଲା ​​ଯେ, ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ୮ରେ ଶପଥ ଗ୍ରହଣ କରିବେ। ତେବେ ଶୁଭ ମୁହୂର୍ତ୍ତ ଯୋଗୁ ତାରିଖ ପରିବର୍ତ୍ତନ କରାଯାଇଥିବା କୁହାଯାଉଛି, କିନ୍ତୁ ଏନେଇ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା ହୋଇନାହିଁ।

 

Comments are closed.