www.samajalive.in
Saturday, December 13, 2025
26.1 C
Bhubaneswar

ଆଣ୍ଡ୍ରଏଡ୍‌‌ ଫୋନରେ ମିଳିବ ଆଇଫୋନ୍‌‌ର ଏହି ଫିଚର୍ସ

ସମାଜ ଡିଜିଟାଲ ଡେସ୍କ: ଏଣିକି ଆଣ୍ଡ୍ରଏଡ୍‌‌ ଫୋନ ବ୍ୟବହାରକାରୀମାନଙ୍କୁ ମିଳିପାରିବ ଆଇଫୋନ୍‌‌ରେ ଉପଲବ୍ଧ ଥିବା ଫିଚର୍ସ। ଯଦିଓ ସବୁ ନୁହେଁ, କିଛି ଫିଚର୍ସ ବ୍ୟବହାର କରିପାରିବେ ଆଣ୍ଡଏଡ୍‌‌ ଫୋନ୍‌‌ ଉପଭୋକ୍ତା। କାରଣ ଏ ନେଇ ଆପଲ୍‌‌ କମ୍ପାନୀ ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛି। ଆପଲ ଫୋନରେ ମିଳୁଥିବା ଆପଲ ଟିଭି ଆପ୍‌‌ ଏଣିକି ଆଣ୍ଡ୍ରଏଡ୍‌‌ ଫୋନରେ ବି ଉପଲବ୍ଧ ହେବ। ଆଣ୍ଡ୍ରଏଡ୍‌‌ ଫୋନ ପାଇଁ ଆପଲ ଟିଭି ଆପ୍‌‌ର ନୂଆ ଡିଜାଇନ ତିଆରି କରିବା ଆରମ୍ଭ କରିଛି କମ୍ପାନୀ। ଫଳରେ ଆଇଫୋନ ନ ଥିଲେ ବି ଆଣ୍ଡ୍ରଏଡ୍‌‌ ଫୋନରେ ଏହି ଆପ୍‌‌ର ସୁବିଧା ପାଇପାରିବେ ବ୍ୟବହାରକାରୀ।

ଏକ ରିପୋର୍ଟ ଅନୁସାରେ ଆପଲ କମ୍ପାନୀ ନୂତନ ଟିଭି ଆପ୍‌‌ ତିଆରି ପାଇଁ ଇଞ୍ଜିନିୟରମାନଙ୍କୁ ନିଯୁକ୍ତ କରିବା ପ୍ରକ୍ରିୟା ଆରମ୍ଭ କରିଛି। ଏହି ଇଞ୍ଜିନିୟରମାନେ ଆଣ୍ଡ୍ରଏଡ୍‌‌ ଫୋନରେ ବ୍ୟବହାର ହେଲା ପରି ଆପଲ୍‌‌ ଟିଭି ଆପ୍‌‌ ତିଆରି କରିବେ। ଆପଲ ଦ୍ୱାରା ଗଣମାଧ୍ୟମରେ ଦିଆଯାଇଥିବା ବିଜ୍ଞାପନରୁ ଏ ସମସ୍ତ ତଥ୍ୟ ସାମ୍ନାକୁ ଆସିଛି। ଆପଲ ଟିଭି ଆପ୍‌‌ ତିଆରି ପାଇଁ ଅଭିଜ୍ଞ ଆଣ୍ଡ୍ରଏଡ୍‌‌ ଇଞ୍ଜିନିୟରଙ୍କ ଆବଶ୍ୟକତା ଥିବା ନେଇ ବିଜ୍ଞାପନ ଦିଆଯାଇଛି। ତେବେ ଆପଲ୍‌‌ର ଏହି ନୂଆ ଆପ୍‌‌ ଆଣ୍ଡ୍ରଏଡ୍‌‌ ଫୋନରେ ଉପଲବ୍ଧ ହେବା ପରେ ଏହା ନେଟ୍‌‌ଫ୍ଲିକ୍‌‌ସ ଏବଂ ଆମାଜନ ପ୍ରାଇମ ଭଳି ଅନ୍ୟ ଓଟିଟି ପ୍ଲାଟଫର୍ମକୁ କଡ଼ା ଟକ୍କର ଦେବ ବୋଲି କୁହାଯାଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories