www.samajalive.in
Saturday, December 6, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ: ଶପଥ ପାଠବେଳେ ନଜର ଆସିଲା ଅଜଣା ପଶୁ, ଲୋକେ କହିଲେ..

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୭୧ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଏମିତିରେ ସମସ୍ତଙ୍କ ନଜର ଶପଥ ନେଉଥିବା ମନ୍ତ୍ରୀଙ୍କ ଉପରେ ଥିଲା। କିନ୍ତୁ ଏହି ଶପଥ ଗ୍ରହଣ ସମାରୋହରେ କ୍ୟାମେରାରେ ଏମିତି କିଛି କଏଦ ହୋଇଛି, ଯାହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଦୁର୍ଗାଦାସଙ୍କ ଶପଥ ପରେ ରାଷ୍ଟ୍ରପତି ଭବନରେ ଏକ ପଶୁ ପଛପଟ ଦେଇ ଯାଉଥିବା ଦେଖିବାକୁ ମିଳିଛି। ଭିଡିଓରେ ଦେଖାଯାଇଥିବା ଏହି ପଶୁକୁ କିଛି ଲୋକ ବିଲେଇ କହୁଥିବାବେଳେ କେହି କେହି କଲରାପତରିଆ ବାଘ ବୋଲି କହୁଛନ୍ତି।

ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଭିଡିଓରେ ମନ୍ତ୍ରୀ ଉଠି ରାଷ୍ଟ୍ରପତିଙ୍କ ଆଡ଼କୁ ଯିବା ପରେ ଏକ ପଶୁ ପଛ ସିଡ଼ି ଉପର ଲବି ଦେଇ ଯାଉଥିବା ଦେଖିବାକୁ ମିଳିଛି। ତେବେ ପଛରେ କେଉଁ ପଶୁ ଯାଉଥିବା ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏହି ଭିଡିଓ ପ୍ରତି ଲୋକଙ୍କ ଧ୍ୟାନ ଯିବା ପରଠାରୁ ଏହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଲୋକମାନେ ଏହି ଭିଡିଓକୁ ଶେୟାର କରି ଏହି ପଶୁକୁ କୁକୁର, ବିଲେଇ ଏବଂ କେହି କେହି ଏହାକୁ କଲରା ପତରିଆ ବାଘ ବୋଲି କହୁଛନ୍ତି। ଶପଥ ଗ୍ରହଣ ସମାରୋହର ଏତେ କଡ଼ା ସୁରକ୍ଷା ମଧ୍ୟରେ ହଠାତ୍‌ କିଛି କ୍ଷଣ ପାଇଁ ଦେଖା ଯାଇଥିବା ଏହି ପଶୁ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

- Advertisement -

ସୂଚନାଯୋଗ୍ୟ, ରାଷ୍ଟ୍ରପତି ଭବନରେ ଅନେକ ପ୍ରଜାତିର ଉଦ୍ଭିଦ ଏବଂ ଜୀବଜନ୍ତୁ ଅଛନ୍ତି। ସରକାରୀ ୱେବସାଇଟ୍ ଅନୁଯାୟୀ, ରାଷ୍ଟ୍ରପତି ଭବନରେ ୧୩୬ଟି ବଣୁଆ ଉଦ୍ଭିଦ ପ୍ରଜାତି ଏବଂ ୮୪ଟି ପଶୁ ପ୍ରଜାତି ସମେତ ଅନେକ ଜୀବଜନ୍ତୁ ବାସ କରନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories