ବର-କନ୍ୟାଙ୍କୁ ଡିଜିଟାଲ ଆଶୀର୍ବାଦ; ଦେଖନ୍ତୁ ଭାଇରାଲ ହେଉଛି ଏହି ଭିଡିଓ

ସବୁଠି ଦେଖିବାକୁ ମିଳୁଛି ଅଧୁନିକତାର ଛାପ । ବଜାର ହେଉ କି ବାହାଘର ସବୁଠି ଏବେ ଡିଜିଟାଲର ସମୟ । ଆପଣ ମାର୍କେଟରେ କୌଣସି ସାମଗ୍ରୀ କିଣିବା ପରେ ଫୋନ-ପେ’, ଗୁଗଲ-ପେ’ କିମ୍ବା ପେଟିଏମ୍ କରୁଥିବେ । ହେଲେ ବାହାଘର କିମ୍ବା ନିର୍ବନ୍ଦରେ ବର କନ୍ୟାଙ୍କୁ ଆଶୀର୍ବାଦ ସ୍ୱରୁପ କେବେ ପେଟିଏମରେ ଟଙ୍କା ଦେଇ ଆଶୀର୍ବାଦ କରୁଥିବା କେହି ଦେଖିଛନ୍ତି ?

ହଁ ଦର୍ଶକ ବନ୍ଧୁ ଦେଖନ୍ତୁ ଏହି ଭିଡିଓକୁ.. ଜଣେ ବ୍ୟକ୍ତି କିପରି ବର-କନ୍ୟାଙ୍କ ମୁଣ୍ଡରେ ନିଜର ଫୋନକୁ ବୁଲାଇ ସାରିବା ପରେ କ୍ୟୁଆର କୋଡରେ ସ୍କାନ୍‌ କରି ପରି ଟଙ୍କା ପଠାଉଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଖାଲି ସେତିକି ନୁହେଁ ବ୍ୟକ୍ତି ଜଣକ ଟଙ୍କା ପଠାଉଥିବା ବେଳେ ଅନ୍ୟଜଣେ ଏହାର ଭିଡିଓ କରୁଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି ଗୀତ ସହ ବାଜା ବାଜୁଛି ଆଉ ସମସ୍ତେ ଖୁବ୍‌ ମସ୍ତି କରୁଛନ୍ତି ।

Comments are closed.