ସମାଜ ଡିଜିଟାଲ ଡେସ୍କ: ସୋସିଆଲ ମିଡ଼ିଆରେ ଏବେ ଏପରି ଏକ ଭିଡ଼ିଓ ଭାଇରାଲ ହୋଇଛି। ଯାହାକୁ ଦେଖିବା ମାତ୍ରେ ଲୋକ ଆପଣ ଭାବିବେ ପ୍ରକୃତରେ ଆଜିକାଲ ଲୋକମାନେ କିଛି ବି କରିପାରିବେ। ସାମ୍ନାକୁ ଆସିଥିବା ଭିଡ଼ିଓରୁ ଜଣାପଡୁଛି ଯେ ଜଣେ ଯୁବକ ନିଜ ମୁଣ୍ଡରେ କ୍ୟୁଆର କୋଡ୍ ର ଏକ ଟାଟୋ କରିଛନ୍ତି। ଯୁବକ ଜଣଙ୍କ ଏପରି କାହିଁକି କରିଛନ୍ତି ବୋଲି ଆପଣ ନିଶ୍ଚିତ ଭାବୁଥିବେ। ପ୍ରକୃତରେ ଯୁବକ ଜଣଙ୍କ ମୁଣ୍ଡରେ ଥିବା କ୍ୟୁଆର କୋଡ୍ କୁ ସ୍କାନ କରିଲେ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ୍ ଖୋଲିବ। ଯୁବକ ଜଣଙ୍କ ଜାଣିଶୁଣି ଏପରି ଏକ କୋଡ୍ ମୁଣ୍ଡରେ କରିଛନ୍ତି ଯେକେହି ତାକୁ ସ୍କାନ କଲେ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ ଖୋଲିଯିବ। ଏଭଳି ଅଦ୍ଭୁତ କୀର୍ତ୍ତି ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ଏପରି କରିବା କଣ ଆବଶ୍ୟକତା ବୋଲି ପ୍ରଶ୍ନ କରିଛନ୍ତି। ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓଟି ଖୁବ ଭାଇରାଲ ହେଉଛି।
Popular Categories



