www.samajalive.in
Monday, December 15, 2025
26.1 C
Bhubaneswar

୧୯ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ବଡ଼ ଡ଼ାକ୍ତରଖାନା ବର୍ହିବିଭାଗ ବନ୍ଦ

ବୁର୍ଲା/ସମ୍ବଲପୁର: ସୋମବାର ବୁର୍ଲାସ୍ଥିତ ଭିମସାରରେ ଜଣେ ପିଜି ଡାକ୍ତରୀ ଛାତ୍ର ଓ ଜଣେ ସେବିକା କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ମଙ୍ଗଳବାର ଭିମସାର କର୍କଟ ରୋଗ ବିଭାଗର ଦୁଇଜଣ ରୋଗୀ,. ଜଣେ ଡାକ୍ତର ଓ ୪ ଜଣ ପୁରୁଷ ଓ ମହିଳା ସ୍ବାସ୍ଥ୍ୟ କର୍ମୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଭିମସାରର କର୍କଟ ରୋଗ ବିଭାଗର ସମସ୍ତ ଡାକ୍ତର ଓ କର୍ମଚାରୀଙ୍କୁ ହୋମ୍ କ୍ବାରେନ୍‌ଟାଇନରେ ପଠାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବୁର୍ଲା ଭିମସାର ଉପରେ କଟକଣା ଜାରି କରାଯାଇଛି। ଜିଲାପାଳଙ୍କ ନିର୍ଦେଶନାମା ଅନୁଯାୟୀ ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଭିମସାର ବର୍ହିବିଭାଗ ବନ୍ଦ ରହିବ। ତାହାସହିତ କାଜୁଆଲିଟି ଓ ଜରୁରୀ ସର୍ଜରୀ ବ୍ୟତୀତ ସମସ୍ତ ସର୍ଜରୀ ବନ୍ଦ ରହିବାକୁ ଥିବାବେଳେ କେବଳ ରେଫରାଲ ଓ ଜରୁରୀ ଭିତ୍ତିରେ ହସପିଟାଲରେ ଭର୍ତ୍ତି କରାଯିବ। ଏହି ସମୟ ମଧ୍ୟରେ ଅଗ୍ନିଶମ ବିଭାଗ ଦ୍ବାରା ଭିମସାର ପରିସରକୁ ସାନିଟାଇଜ କରାଯିବ। ଆବଶ୍ୟକସ୍ଥଳେ ଅଧିକ ପୁଲିସ ବଳ ମୁତୟନ ହେବେ। ମୁଖ୍ୟ ଫାଟକକୁ ଛାଡ଼ି ଅନ୍ୟ ଫାଟକ ଗୁଡ଼ିକ ପୂର୍ତ୍ତ ବିଭାଗ ଦ୍ବାରା ବାଡ଼ ଦେଇ ବନ୍ଦ କରାଯିବ। ରୋଗୀ ସହିତ କେବଳ ଜଣେ ଆଟେଣ୍ଡାଣ୍ଟ ରହିବେ। ହସପିଟାଲ ପରିସରରେ କର୍ମଚାରୀ, ରୋଗୀ, ଆଟେଣ୍ଡାଣ୍ଟ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ। ପ୍ରତିସ୍ତରରେ କୋଭିଡ-୧୯ ସଂକ୍ରମଣ ନିରୋଧ ପ୍ରୋଟୋକଲ ଅନୁସରଣ କରାଯିବ। ଭିମସାର ନିର୍ଦେଶକ ଓ ଅଧୀକ୍ଷକଙ୍କୁ ନେଇ ଗଠିତ ମନଟରିଂ ଟିମ୍‌ ଉପରୋକ୍ତ ବ୍ୟବସ୍ଥା ତଦାରଖ କରି ଉଲ୍ଲଂଘନ କଲେ ଜୋରିମାନା ଆଦାୟ କରାଯିବାକୁ ନିର୍ଦେଶନାମାରେ ଉଲ୍ଲେଖ ରହିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories