www.samajalive.in
Saturday, December 6, 2025
26.1 C
Bhubaneswar

ପାଟଣା ବ୍ଲକରୁ ୪ କରୋନା ଆକ୍ରାନ୍ତ ଚିହ୍ନଟ, ଅଗ୍ନିଶମ କର୍ମଚାରୀଙ୍କ ରିପୋର୍ଟ ୨ୟ ଥର ପାଇଁ ପଜିଟିଭ୍

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରୁ ମଙ୍ଗଳବାର ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପାଟଣା ଅଗ୍ନିଶମ ବିଭାଗର ଜଣେ ଯୁବ କର୍ମଚାରୀଙ୍କର କରୋନା ରିପୋର୍ଟ ଦ୍ବିତୀୟ ଥର ପାଇଁ ପଜିଟିଭ୍ ଆସିଛି । ଏହି କର୍ମଚାରୀ ଜଣକ ଅମ୍ଫାନ ବାତ୍ୟା ପ୍ରଭାବିତ କୋଲକାତାକୁ ପୁନରୁଦ୍ଧାର କାର୍ୟ୍ୟରେ ଓଡ଼ିଶା ଟିମ୍ ସହ ଯାଇଥିଲେ । ସେଠାରୁ ଫେରିବା ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବାରୁ ସେ ଭୂବନେଶ୍ବର କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ସେଠାରୁ ଫେରିବା ପରେ ପାଟଣାରେ ମଧ୍ୟ ୧୪ ଦିନ ହୋମ କ୍ବାରେଣ୍ଟାଇନରେ ରହିଥିଲେ। ତେବେ ଗତ ୧୧ ତାରିଖ ପାଟଣା ଅଗ୍ନିଶମ ବିଭାଗର ସମସ୍ତ ୧୦ ଜଣ କର୍ମଚାରୀଙ୍କ ସ୍ବାବ ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ଏହି ଯୁବ ଅଗ୍ନିଶମ କର୍ମଚାରୀଙ୍କର ସ୍ବାବ ନମୁନା ଦ୍ବିତୀୟ ଥର ପାଇଁ ପଜିଟିଭ୍ ଆସିଛି ।
ସେହିପରି ଡୁମୁରିଆ କ୍ଲଷ୍ଟର ସଙ୍ଗରୋଧ କେନ୍ଦ୍ରରେ ଥିବା ଏରେଣ୍ଡେଇ ପଞ୍ଚାୟତ ଅଞ୍ଚଳର ଦୁଇ ଜଣ ବାଙ୍ଗାଲୋର ଫେରନ୍ତା ପ୍ରବାସୀଙ୍କର ସ୍ବାବ ରିପୋର୍ଟ ପଜିଟିଭ୍ ଆସିଛି । ଏହି ଦୁଇ ଯୁବକ ଜଣେ ୨୨ବର୍ଷ ଓ ୨୮ ବର୍ଷର ବୋଲି ଜଣାପଡିଛି । ଅନ୍ୟ ପକ୍ଷରେ ଏହି ବ୍ଲକର ଟାଙ୍ଗରପଡା ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ପ୍ରବାସୀ ଯୁବକଙ୍କର ମଧ୍ୟ ସ୍ବାବ ନମୁନା ରିପୋର୍ଟ ପଜିଟିଭ୍ ଆସିଛି । ସେହିପରି ସାହାରପଡା ବ୍ଲକ ଶଙ୍ଖୁଆ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ମଧ୍ୟ ଜଣେ କରୋନା ପଜିଟିଭ୍ ଚିହ୍ନଟ ଛନ୍ତି। ସ୍ବାବ ନମୁନା ରିପୋର୍ଟ ଆଜି ପଜିଟିଭ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଆକ୍ରାନ୍ତଙ୍କୁ ସ୍ବତନ୍ତ୍ର କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories